ଅନୁଗୋଳ ରେ ଖୁବଶୀଘ୍ର ଆରମ୍ଭ ହେବ FM ରେଡି,”ରେଡ଼ିଓ ସର୍ବୋଦୟ”।

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ପ୍ରଥମ କରି ଏକ ଗୋଷ୍ଠୀ ବେତାର କେନ୍ଦ୍ର ଆରମ୍ଭ ହେବାକୁ ଯାଉଛି । ଆଗାମୀ ଜାନୁଆରୀ ୨୪ ତାରିଖରେ ଅନୁଗୋଳ ସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ରେଡିଓ ସର୍ବୋଦୟର ଉଦ୍ଘାଟନ ହେବ ବୋଲି ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି ଜଣାଇଛନ୍ତି । ଏହି ରେଡିଓ ସାହିତ୍ୟ,ସଂସ୍କୃତି, କଳା, ବିଜ୍ଞାନ, ଲୋକକଥା, ଶିକ୍ଷା,କୃଷି, କ୍ରୀଡା, ଆଇନ, ପରିବେଶ, ଗାନ୍ଧୀ ଦର୍ଶନ, ଦେଶପ୍ରେମ ତଥା ମନୋରଞ୍ଜନକୁ ପ୍ରାଧାନ୍ୟ ଦେଇ  ଜିଲ୍ଲାର ଅନୁଗୋଳ, ବଅଁରରପାଳ, ତାଳଚେର, ଛେଣ୍ଡିପଦା, କଣିହାଁ, କିଶୋରନଗର ବ୍ଲକ ତଥା ତାଳଚେର ଓ ଅନୁଗୋଳ ମୁନିସିପାଲିଟି, ଢେଙ୍କାନାଳ ଜିଲ୍ଲାର ଓଡାପଡା, ହିନ୍ଦୋଳ ତଥା କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅଞ୍ଚଳରେ ଏହାର ପ୍ରସାରଣ ଚଳାଇବ । ୮୯.୬ ଏଫଏମ ଯୋଗେ ଏହି ରେଡିଓ ପ୍ରସାରଣର ଶୁଭାରମ୍ଭ କରିବା ନିମନ୍ତେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି  ରେଡିଓ ସର୍ବୋଦୟର ନିର୍ଦ୍ଦେଶକ ଡାକ୍ତର ବିଶ୍ଵଜିତ ଜଣାଇଛନ୍ତି ।

Advertisement

ଆଜି ସନ୍ଧ୍ୟାରେ ରେଡିଓ ସର୍ବୋଦୟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଛାତ୍ରାବାସର ଶାନ୍ତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରଫେସର ନନ୍ଦ କିଶୋର ମହାକୁଡ, ଅନ୍ତର୍ଯ୍ୟାମୀ ବରାଳ, ଡ କୁଳମଣି ନାୟକ, କୈଳାଶ ଚନ୍ଦ୍ର ସାହୁ, ଇଂ ଧନେଶ୍ଵର ସାହୁ, ବିଶ୍ଵରଞ୍ଜନ ପଟ୍ଟନାୟକ, କଲ୍ୟାଣ କିଶୋର ମହାନ୍ତି, ଲବ କୁମାର ପ୍ରଧାନ, ଆଦ୍ୟଶ୍ଳୋକ ମିଶ୍ର, ଇଂ କିଶୋର ଶତପଥୀ, ନିରୋଦ ପ୍ରଧାନ, ସଂଗ୍ରାମ ରଞ୍ଜନ ନାଥ, ନିରୋଦ ସାହୁ, ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଶଶାଙ୍କ ଶେଖର ବାରିକ, ପ୍ରଦୀପ ପ୍ରଧାନଙ୍କୁ ନେଇ ଏକ ରେଡିଓ ସମିତି ଗଠନ କରାଯାଇଛି । ବୈଠକ ଆରମ୍ଭରେ ଲିପିକା ମହାପାତ୍ର ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଓ ଶେଷରେ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *