ସ୍ମାର୍ଟ ମିଟର କୁନେଇ ଦ୍ଵନ୍ଦ! ମିଟର ବସାଇବା ବନ୍ଦ ଦାବିରେ ଆନ୍ଦୋଳନ କରିବ ବିଦ୍ୟୁତ ଉପଭୋକ୍ତା ସଙ୍ଘ ।

ଅନୁଗୋଳ :  ବିଦୁ୍ୟତ୍ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ ବିଦୁ୍ୟତ୍ ଉପଭୋକ୍ତାଙ୍କ ଘରେ ବଳପୂର୍ବକ ପ୍ରିପେଡ୍ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ କରିବା, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ୍ ମାଗଣା ବିଦୁ୍ୟତ୍ ଯୋଗାଇଦେବା, ବିଦୁ୍ୟତ୍ ବିଲ୍ ଆଦାୟ ନାଁରେ ଉପଭୋକ୍ତାଙ୍କ ଉପରେ ଶୋଷଣ ବନ୍ଦ କରିବା, ଞସଜ୍ଞର-ୟବଚ୍ଚ-ଗ୍ଧବକ୍ସସଲଲ (ଦିନର ବିଭିନ୍ନ ସମୟ ପାଇଁ ଭିନ୍ନ ଭିନ୍ନ ବିଦୁ୍ୟତ୍ ଶୁଳ୍କ) ଆଦାୟ ନିଷ୍ପତ୍ତି ପ୍ରତ୍ୟାହାର କରିବା, ବିଦୁ୍ୟତ୍ ସଂଶୋଧନ ବିଲ୍-୨୦୨୨ ପ୍ରତ୍ୟାହାର କରିବା, ବିଦୁ୍ୟତ୍ ସେବାର ଘରୋଇଣକରଣ ବନ୍ଦ କରିବା ଦାବିରେ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ଇଓଋଉଇ) ପକ୍ଷରୁ ୨୪ ଜାନୁୟାରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବ । ରାଜ୍ୟରେ ବିଜେପି ସରକାର ବିଦୁ୍ୟତ୍ ଉପଭୋକ୍ତାଙ୍କୁ ୩୦୦ୟୁନିଟ୍ ମାଗଣା ବିଦୁ୍ୟତ୍ ଯୋଗାଣର ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହୋଇଛି । ମାତ୍ର ମାଗଣା ବିଦୁ୍ୟତ୍ ଯୋଗାଣ ବଦଳରେ ବିଦୁ୍ୟତ୍ ବିତରଣ କମ୍ପାନୀ ଟାଟା ପାୱାର ଓ ସ୍ମାର୍ଟ ମିଟର ଯୋଗାଣକାରୀ ସଂସ୍ଥା ସ୍ୱାର୍ଥରେ ସ୍ମାର୍ଟ ମିଟର ବସାଇବା ପାଇଁ ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ ଅନ୍ୟାୟ ଅଗଣତାନ୍ତ୍ରିକ ଓ ଜନବିରୋଧୀ ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଟାଟା ପାୱାର ପକ୍ଷରୁ ବଳପୂର୍ବକ ଲଗାଯାଉଥିବା ଜନବିରୋଧୀ ପ୍ରିପେଡ୍ ସ୍ମାର୍ଟମିଟର ତୁରନ୍ତ ବନ୍ଦ କରିବା ଦାବିରେ ଜାନୁୟାରୀ ୨୪ରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହେବାକୁ ଥିବା ଆନେ୍ଦାଳନକୁ ସଫଳ କରିବା ପାଇଁ ସଂଗଠନର ରାଜ୍ୟ ଆବାହକ ଜୟସେନ ମେହେର, ସଂଗଠକ ପ୍ରହ୍ଲାଦଚନ୍ଦ୍ର ସାହୁ, ଜିଲ୍ଲା ଆବାହକ ତୀର୍ଥବାସୀ ଭୋଇ ଜିଲ୍ଲା ସମସ୍ତ ବିଦୁ୍ୟତ୍ ଉପଭୋକ୍ତା ତଥା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *