ଶିରିବିଡ଼ା ଗାଁ ରେ ଝାଡାବାନ୍ତି ୩୦ ରୁ ଅଧିକ ଆକ୍ରାନ୍ତ,କାରଣ ଖୋଜୁଛି ସ୍ୱାସ୍ଥ୍ୟ ଭିଭାଗ!

ତାଳଚେର : ଅନୁଗୋଳ ଜିଲା ତାଳଚେର ଅଞ୍ଚଳରେ ଝାଡ଼ାବାନ୍ତି। ଝାଡ଼ାବାନ୍ତି ରେ 30 ରୁ ଅଧିକ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ଘରେ ଚିକିତ୍ସିତ ଥୁବ ବେଳେ ଏବେ ତାଳଚେର ଓ ଗୋଡିବନ୍ଧ ହସ୍ପିଟାଲରେ ୪ ଜଣ ଚିକିତ୍ସିତ ଅଛନ୍ତି। ସେପଟେ ଗାଁ ରେ ସ୍ୱାସ୍ଥ୍ୟ ବିଭାଗର ଟିମ ସହ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀ ମାନେ ପହଁଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Advertisement

  ଗତ କାଲି ସନ୍ଧ୍ୟାରେ ହଠାତ ୪/୫ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଗୋଡିବନ୍ଧ  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ଏହାପରେ ଅନ୍ୟ ମାନଙ୍କୁ ବ୍ୟାପିଥିଲା। ଗତକାଲି ରାତିରେ ୧୦ ଜଣଙ୍କୁ ଗୋଡିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଏହାପରେ ତୁରନ୍ତ ଗାଁକୁ ଡାକ୍ତରୀ ଟିମ ପହଞ୍ଚି ଘଟଣାର ତଦାରଖ କରିବା ସହ ଘର ଘର ବୁଲି କାହା ଘରେ କେତେ ଆକ୍ରାନ୍ତ ଅଛନ୍ତି ଚିହ୍ନଟ କରିଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। ବର୍ତମାନ ଗାଁ କୋଠ ଘରେ ଅସ୍ଥାୟୀ କ୍ୟାମ୍ପ ଖୋଲା ଯାଇଛି।

ସେଠାରେ ଜଣେ ଡାକ୍ତରଙ୍କ ସମେତ ପ୍ରାୟ ୧୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଏକ ଉଚ୍ଚ ସ୍ତରୀୟ ଟିମ ମଧ୍ୟ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏବେ ଅଧିକାଂଶ ଆକ୍ରାନ୍ତ ଙ୍କୁ ତାଙ୍କ ଘରେ ଚିକିତ୍ସା କରାଯାଉଥିବା ବେଳେ ଏବେ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ପ୍ରାଥମିକ ଅନୁଧ୍ୟାନରୁ ଯାହା ଜଣା ପଡ଼ିଛି କେବଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ଵାରା ଯୋଗାଇ ଦିଆ ଯାଉଥିବା ପାନୀୟ ଜଳ ଯୋଗୁଁ ହି ଝାଡ଼ାବାନ୍ତି ବ୍ୟାପିଛି ବୋଲି ଅନୁମାନ କରାଯାଉଛି।

  ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ପାଣିର ନମୁନା ସଂଗ୍ରହ କରାଯାଇ । କାଳେ ସେଥିରୁ କୌଣସି ସ୍ଥାନରେ ଲିକେଜ ଥିବ ସେଥିପାଇଁ ମଧ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି।

Leave a Reply

Your email address will not be published. Required fields are marked *