ଅନୁଗୋଳ ମହିମା ଧାମ ଅଙ୍ଗାର ବନ୍ଧ ରେ ଚାଲିଥିବା ଆନ୍ତର୍ଜାତୀୟ ମହିମା ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ଆରମ୍ଭ ହୋଇଥିଲା ସଂସ୍କୃତି କାଯ୍ୟକ୍ରମ ରୁ। ସ୍ଥାନୀୟ କଳାକାର ଓ ରଘୁରାଜପୁର ର ଗୋଟି ପୁଅ ନୃତ୍ୟ ପରେ ପରେ ଆରମ୍ଭ ହୋଇଥିଲା ସଭାକାର୍ୟ୍ଯ।

ଅନ୍ତର୍ଜାତୀୟ ମହିମା ମହୋତ୍ସବ ୨୦୨୫ ର ଦ୍ଵିତୀୟ ସନ୍ଧ୍ୟା ର ଗୁରୁବାର ଥିଲା ଦ୍ୱିତୀୟ ସନ୍ଧ୍ୟା ।ମୁଖ୍ୟ ଅତିଥି ଭାବେ ଅନୁଗୋଳ ଗ୍ରାମ୍ୟ ଉର୍ଣ୍ଣୟନ ସଂସ୍ଥା ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ , ଉପଜିଲ୍ଲାପାଳ ଅନୁଗୋଳ ମାୟାଧର ବେହେରା ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ବିଶ୍ୱଭୂଷଣ, ସରପଞ୍ଚ ସୁଜାତା ସାହୁ, ସମିତି ସଭ୍ୟ ସୁଜାତା ସ୍ୱାଇଁ, ବାବା ମଦନ ଦାସ ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଶାନ୍ତନୁ ସର ଙ୍କ ଉପସ୍ଥିତ ରେ ଦ୍ୱିତୀୟ ସାନ୍ଧ୍ୟ ର ଉଦଘାଟନ ହୋଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟବକ୍ତା ଶାନ୍ତନୁ ସର ମହିମା ଧାମ ଓ ଧର୍ମ ର ମହତ୍ତ୍ୱ ସମ୍ପର୍କରେ ନିଜର ମତ ରଖିଥିଲେ ।ଉପଜିଲ୍ଲାପାଳ ମାୟାଧର ବେହେରା ମହିମା ଧର୍ମ କୁ ନେଇ ନିଜ ଅନୁଭୂତି ଓ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଶୂନ୍ୟ ମନ୍ଦିର ମହତ୍ତ୍ୱ କୁ ନିଜର ଅନୁଭୂତି ପରିପ୍ରକାଶ କରିଥିଲେ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି। ଏହି ଅବସରରେ ଅନୁଗୋଳ ଜିଲାର ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ଉତରୀୟ ଓ ସ୍ମୁତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଭା କାର୍ଯ୍ୟ ପରେ ପୁଣି ଆରମ୍ଭ ହୋଇଥିଲା ସଂସ୍କୃତି କ କାର୍ଯ୍ୟ କ୍ରମ। ଭଳିକି ଭଳି ସଂସ୍କୃତିକ କାର୍ଯ୍ୟକ୍ରମ ସହ ଅଲିଉଡ଼ ସିଙ୍ଗର ଦୀପ୍ତି ରେଖା ପାଢ଼ୀ ସଙ୍ଗୀତ କାର୍ଯ୍ୟକ୍ରମ। ନିଜ ଅନ୍ଦାଜ ଦୀପ୍ତି ରେଖା ନିଜର ଗୋଟିଏ ପରେ ଗୋଟିଏ ହିଟ ସଙ୍ଗୀତ ପରିବେଷଣ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଏହି ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା।