ଭୁଜାଲି ମୁନରେ ଖୁଡ଼ି ଝିଆରୀ ଲୁଟ ଘଟଣା,୭ ଜଣଙ୍କୁ ବାନ୍ଧିଲା ପୋଲିସ।

ଖୁଡୀ ଝିଆରୀଙ୍କୁ ବେକରେ ଛୁରୀ ଲଗାଇ ଟଙ୍କା ସୁନା ଲୁଟ ଘଟଣା ରେ ୭ ଜଣ ଅଭିଯୁକ୍ତ ଙ୍କୁ ବାନ୍ଧିଛି ଅନୁଗୋଳ ଜିଲା ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ 6 ଜଣ ଜିଲାର ବଅଁରପାଳ ଥାନା ଅଞ୍ଚଳ ର ହୋଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲାର ବୋଲି ଅନୁଗୋଳ ଏସ ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisement

ଏସ ପି ଙ୍କ ସୂଚନା ମୁତାବକ ଜିଲ୍ଲାର ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ଗତ ୧୨ ତାରିଖ ରାତିରେ ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ କରି ନେଇଥିବା ଅଭିଯୋଗ। ଲୁଟର ଶିକାର ହୋଇଥିଲେ ବିଜୟ ଭୁତିଆ ଙ୍କ ପରିବାର।ତାଙ୍କ ଅଭିଯୋଗ ଆଧାର ରେ ବଅଁରଥାନା ପୋଲିସ ଏକେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ଏଥିପାଇଁ ଗଠିତ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଅଭିଯୁକ୍ତ ମାନକୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଟୁନା ଭୁତିଆ , ସୁଜିତ ନାଏକ , ସୌମ୍ୟ ବେହେରା , ଅଜିତ ସାହୁ ,ରାଜେନ୍ଦ୍ର ପରିଡ଼ା ଓ ଲକ୍ଷ୍ମଣ ସାହୁ । ଏମାନଙ୍କ ଠାରି ଚୋରି ହୋଇଥିବା ୨ ଲକ୍ଷ 60 ହାଜର ଟଙ୍କା ସହ ପାୟ ୧୨୦ ଗ୍ରାମ ରୁ ଅଧିକ ସୁନା ଅଳଙ୍କାର ପୋଲିସ ଉଦ୍ଧାର କରିବାରେ ସମର୍ଥ ହୋଇଛି ।

Leave a Reply

Your email address will not be published. Required fields are marked *