ଜାତୀୟ ଖେଳାଳି ଙ୍କୁ ଅନୁଗୋଳ ବିଧାୟକ ଙ୍କ ସମ୍ବର୍ଦ୍ଧନା

ଅନୁଗୋଳ : ଚଳିତ ମାସ ୨୫ତମ ସିନିୟର୍ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ରାଜସ୍ଥାନର ଜୟପୁର ଜିଲ୍ଲା ସ୍ଥିତ ଇଞ୍ଜିନିୟର କଲେଜ ଠାରେ ତା ୧୮/୦୩/୨୫ ରିଖ ଠାରୁ ତା ୨୦/୦୩/୨୫ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା ରୁ ବାଳକ ବିଭାଗର ୧୫ ଜଣ ଓ ବାଳିକା ୧୫ ଜଣ ଉଭୟ ମୋଟ୍ ୩୦ଜଣ ଖେଳାଳି ଅଂଶ ଗ୍ରହଣ କରିବେ।

Advertisement

ଉକ୍ତ ଖେଳାଳି ମାନଙ୍କ ମଧ୍ୟରୁ ବାଳିକା ବିଭାଗର ଗୁଲ୍ଜାରୀ ଶ୍ୟାମାରାଗ୍ନୀ ଅନୁଗୁଳ ଜିଲ୍ଲା ରୁ ଅଂଶ ଗ୍ରହଣ କରିବେ। ଉକ୍ତ ଖେଳାଳି ଙ୍କୁ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ଓ ଖେଳାଳୀମାନଙ୍କୁ ଉତ୍ସାହିତ କରିଛନ୍ତି ଓ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଁଛନ୍ତି। ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ କାଭ୍ୟା ଦାସ ରୈପ୍ୟ ପଦକ ହାସଲ କରିଥିବାରୁ ବିଧାୟକ ତାଙ୍କୁ ମଧ୍ଯ ଆର୍ଥିକ ସହୟତା ରାଶି ପ୍ରଦାନ କରିଛନ୍ତି।

ଉକ୍ତ ଖେଳାଳି ଙ୍କୁ ରାଜ୍ୟ ଉପ ସଭାପତି ଦୁଷ୍ୟନ୍ତ କୁମାର ନାଥ ଶିକ୍ଷା ପ୍ରଦାନ କରୁଛନ୍ତି। ଉକ୍ତ ଖେଳାଳି ଙ୍କୁ ଓ ଜିଲ୍ଲା  ଉପସଭାପତି ନିର୍ମଳ କୁମାର ଅଗ୍ରୱାଲ, ପର୍ଶୁରାମ ଦାସ, ହେମନ୍ତ କୁମାର ପ୍ରଧାନ, ସଞ୍ଜୟ କୁମାର ମହପାତ୍ର , ବରିଷ୍ଠ ଆଇନଜିବୀ ଓ ସଂଘ ର ଉପଦେଷ୍ଟା ପ୍ରଦୀପ କୁମାର ଦେଵତା ଧନ୍ୟବାଦ୍ ଜଣାଇବା ସହ ଅନୁଗୋଳ ଜିଲ୍ଲା ର ଗୌରବ ଆଣିବାକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ରାଜ୍ୟ ସମ୍ପାଦକ ଓ ପ୍ରତିଷ୍ଠାତା ଏସ କେ ସଲାଉଦ୍ଦିନ ଖେଳାଳି ମାନଙ୍କୁ ନେଇ ରାଜସ୍ଥାନ ଅଭିମୁଖେ ଯାତ୍ରା କରିବେ।

Leave a Reply

Your email address will not be published. Required fields are marked *