ଜାତୀୟ  ତାଇକୋଣ୍ଡୋ ପ୍ରତିଯୋଗିତା, ଅନୁଗୋଳ ଜିଲ୍ଲାକୁ ୬ ପଦକ।

ଅନୁଗୋଳ : ଗତ ଜୁନ  ମାସ ୨୭  ତାରିଖ ଠାରୁ ଚାଲିତ ମାସ ୧  ତାରିଖ ପର୍ୟ୍ୟନ୍ତ ୪୨ ତମ ଜାତୀୟ ସ୍ତରୀୟ ତାଇଣ୍ଡୋ ପ୍ରତିଯୋଗୀତା ଉତ୍ତରା ଖଣ୍ଡର ହରିଦ୍ଵାର ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗୀତା ଭାରତର ତାଇକୋଣ୍ଡୋ ଜନକ ଡ଼  ଜୀମୀ ଆର୍ ଜଗଦୀୟାନିଙ୍କ ତତ୍ୱା ବାଧାନରେ ଅନୁଷ୍ଠିତ ହେଇଥିଲା। ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୪ ଜଣ ଖେଳାଳି ଅଂଶ ଗ୍ରହଣ କରି ମୋଟ ୬ ଟି ପଦକ ହାସଲ କରିଛନ୍ତି। ପଦକ ହାସଲ କରୁଥିବା ପ୍ରତିୟୋଗି ମାନେ ହେଲେ କ୍ୟୋରୋଗି ଓ ପୁମସେ ରେ ବାଳିକା ବିଭାଗର କାବ୍ୟା ଦାଶ ଗୋଟାଏ ରୌପ୍ୟ ଓ ଗୋଟାଏ କାଂସ୍ୟ ପଦକ ହାସଲ କରିଥିବା ବେଳେ ବାଳକ ବିଭାଗରେ ଶ୍ରୀୟାଂଶ ସାହୁ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି।  କେବଳ କ୍ୟୋରେଗିରେ ଦେବଂଶ ମୋହନ୍ତି ରୌପ୍ୟ ପଦକ ହାସଲ କରୁଥିବା ବେଳେ ତେଜେଶ ନାୟକ କାଂସ୍ୟ ପଦକ ହାସଲ କରିଛନ୍ତି।

Advertisement

ଉକ୍ତ ଖେଳାଳି ମାନଙ୍କୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ, ଜାତୀୟ ଖେଳାଳି ଜସ୍ଲିନ୍ ସାହୁ, ଶ୍ରୀୟାଶ୍ରୀ ପ୍ରଧାନ ସଂଘର ସଭାପତି ନିଳମଣୀ ରାଉତ୍, ଉପସଭାପତି ଶକ୍ତି ପ୍ରସାଦ ପଟନାୟକ, ଉପଦ୍ରେଷ୍ଟା ଓ ଆଇନ୍ ଯିବି ପ୍ରଦିପ କୁମାର ଦେବତା ପୁଷ୍ପ ଗୋଛ ଦେଇ ସ୍ଵାଗତ ସମ୍ବର୍ଧନା ଜଣାଇଁ ଥିଲେ,।ଏହି ଖେଳାଳି ମାନେ  ଅନୁଗୋଳ ତାଇକୋଣ୍ଡୋ ସଂଘ ଅନୁଗୋଳ ପ୍ରତିଷ୍ଠାତା ଓ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି ।

Leave a Reply

Your email address will not be published. Required fields are marked *