କମାଲ ଦେଖାଇଲେ ଅନୁଗୋଳର ଖେଳାଳି, ଓପନ୍ ଜାତୀୟ ତାଇକୋଣ୍ଡୋ ପ୍ରତି ୟୋଗିତାରେ  ଜିଲ୍ଲାକୁ ୨ ସ୍ଵର୍ଣ୍ଣ ସହ ୧୯ ପଦକ।

https://www.facebook.com/share/v/1E99wHFpj1/

ଭିଡିଓ ଦେଖନ୍ତୁ।

ଭୁବନେଶ୍ୱର :  ଚଳିତ ମାସ ୧୨ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ କଲିକତାର ସିବପୁର ଘାଟ ସ୍ଥିତ ଟ୍ରଫ୧୯ ଇଣ୍ଡୋର ଷ୍ଟାଡିୟମରେ ଠାରେ ଅନୁଷ୍ଠିତ ପଞ୍ଚମ ପ୍ରୋଗ୍ରେସିପି ଜାତୀୟ  ତାଇକୋଣ୍ଡୋ ପ୍ରତିଯୋଗୀତା ରେ ନିଜର କମାଲ ଦେଖାଇଛନ୍ତି ଅନୁଗୋଳ ର ଖେଳାଳି। 

ଉକ୍ତ ପ୍ରତଯୋଗିତାରେ ଅନୁଗୋଳ ଜିଲ୍ଲାରୁ ବାଳକ ଓ ବାଳିକା ମିଶି ୧୭ ଜଣ ଖେଳାଳି ଅଂଶ ଗ୍ରହଣ କରି ଅନୁଗୋଳ ଜିଲ୍ଲାକୁ ୨ ସ୍ଵର୍ଣ୍ଣ ସହ ୧୯ ପଦକ ହାସଲ କରି ଅନୁଗୋଳ ଜିଲ୍ଲାର ଗୌରବ ଅର୍ଜନ କରିଛନ୍ତି।

ଜିଲ୍ଲାର ଖେଳାଳି ମାନକୁ ମୋଟ ୧୯ ଟି ପଦକ ପାଇଥିବା ବେଳେ ସେଥିରେ ସ୍ଵର୍ଣ , ରୋପ୍ୟ ଓ ବ୍ରୋଞ୍ଚ ପଦକ ହାସଲ କରି ଜିଲାପାଇଁ ସଫଳତା ଆଣିଛନ୍ତି। କ୍ଷୀରୋଗୀ ଓ ପୁନସେ ରେ ଖଳାରେ ଏହି ସଫଳତା ପାଇଛନ୍ତି ଖେଳାଳି ମାନେ। ବିଭିନ୍ନ ବର୍ଗର ଓଜନ ଓ ବୟସ ବିଭାଗରେ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା।

ଅନୁଗୋଳ ତାଇକୋଣ୍ଡୋ ସଂଘ ଅନୁଗୋଳ ର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ, ଜାତୀୟ ଖେଳାଳି ଶ୍ରୀୟାଶ୍ରୀ ପ୍ରଧାନ, ସ୍ୱାତି ସ୍ୱାଗତିକା ଦାସ, ରଶ୍ମିତା ଶର୍ମା ଖେଳାଳି ମାନଙ୍କୁ ନେଇ କଲିକତା ଅଭିମୁଖେ ଯାତ୍ରା କରିଥିଲେ। ଖେଳାଳି ମାନଙ୍କର ଏଭଳି ସଫଳତା ପାଇଁ ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସଭାପତି ନିଳମଣୀ ରାଉତ, ଉପସଭାପତି ଶକ୍ତି ପ୍ରସାଦ ପଟନାୟକ, ପର୍ଶୁରାମ ଦାସ, ଉପଦେଷ୍ଟା ଓ ଆଇନ୍ ଜୀବୀ ପ୍ରଦୀପ କୁମାର ଦେବତା, ଖେଳାଳି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ଉକ୍ତ ଖେଳାଳି ମାନେ ମା ବାସନ୍ତୀ ଦୂର୍ଗା ଖେଳ ପଡ଼ିଆରେ ଠାରେ ଦୁଷ୍ୟନ୍ତ କୁମାର ନାଥଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି।

Leave a Reply

Your email address will not be published. Required fields are marked *