ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ “ପା” ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ।

ଅନୁଗୋଳ :  ଆୟୋଜିତ ହୋଇଛି ବିଶ୍ୱ ଫଟୋ ଗ୍ରାଫି ଦିବସ।ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ “ପା” ର  ପକ୍ଷରୁ ସ୍ଥାନୀୟ ବନରାଜିକ ମହାବିଦ୍ୟାଳୟ ର କଂଫରେନ୍ସ ହଲରେ  ଏହି ଦିବସର ଆୟୋଜନ ହୋଇଥିଲା। ଏହି ଅବସରେ  ମଧ୍ୟ “ପା” ର ୧୩ ତମ ବାର୍ଷିକ ଉତ୍ସବ ର ଆୟୋଜନ ହୋଇଥିଲା। ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ସଭା ରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ,ଙ୍କ ସହ ସ୍ୱତନ୍ତ୍ର ଅତିଥି କେରଳ ର CCF  ଡ଼ ପଦ୍ମା ମହାନ୍ତି ଓ ରାଜା ଜୟନ୍ତ  ଚନ୍ଦ୍ର  ମର୍ଦ୍ଦନରାଜ ହରିଚନ୍ଦନ ସାମିଲ ହୋଇଥିଲେ।

    ସେହିପରି ବନ ରାଜିକ ମହାବିଦ୍ୟାଳୟ ର DCF ଅମୂଲ୍ୟ ପରିଡା ଅତିଥି ଭାବେ ଯୋଗ ଦେଇ ଫଟୋଗ୍ରାଫି ଦିବସ ର ତାପର୍ୟ୍ଯ ଓ ଫଟୋ ର ଭୂମିକା ସମ୍ପର୍କରେ ନିଜ ନିଜ ମତ ଦେଇଥିଲେ। ଜିଲାର ବିକାଶରେ ଫଟୋ ଗ୍ରାଫର ଙ୍କ ଗୁରୁତ୍ୱ ପୂର୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମତ ରଖିଥିଲେ। ସଂଘ ସଭାପତି ଦିଲ୍ଲୀପ ଧୀର ସାମନ୍ତ ସଭାପତିତ୍ୱ ରେ ଆୟୋଜିତ ସଭା ରେ ସଂଘ ର କାର୍ୟ୍ଯକାରୀ ସଭାପତି ଅନନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂଘ ର ସମ୍ପାଦକ ସତ୍ୟବ୍ରତ ସାମଲ ଓ କୋଷାଧ୍ୟକ୍ଷ ଛବିଳ କୁମାର ସାହୁ   ସମସ୍ତ କାର୍ଯ୍ୟ ର ତଦାରଖ କରିଥିଲେ ।


     ଏହି ଅବସରେ ରେ ବରିଷ୍ଠ ଫଟୋଗ୍ରାଫର ଅଜୟ କୁମାର ପାତ୍ର ଓ ବସନ୍ତ କୁମାର  ନାୟକ ଏବଂ ସ୍ୱତ୍ସାକୃତ ରକ୍ତ ଦାନ କ୍ଷେତ୍ରରେ ଓଡ଼ିଶାରେ ବିପ୍ଳବ ଆଣିଥିବା ପ୍ରଦୀପ୍ତ କୁମାର ତ୍ରିପାଠୀ ଙ୍କୁ  ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ପ୍ରଥମ କରି ଦୁଇ ଦିନିଆ  ବନ୍ୟପ୍ରାଣୀ ସମ୍ବଧିୟ ଫଟୋ ପଦର୍ଶନୀ ଓ କ୍ୟାମେରା ପଦର୍ଶନୀ ର ମଧ୍ୟ  ଆୟୋଜନ ମଧ୍ୟ ହୋଇଛି। ବନାରାଜିକ ମହାବିଦ୍ୟାଳୟ ର ନିର୍ଦେଶକ ସଂଗ୍ରାମ କଶୋରୀ ବେହରା ସହାୟତା ରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏଥିରେ ବନରଜିକ  ମହାବିଦ୍ୟାଳୟ ର ସମସ୍ତ  ପ୍ରଶିକ୍ଷାର୍ଥୀ ମଧ୍ୟ ସାମିଲ ହୋଇଥିଲେ ।ଓଡ଼ିଶାର ବରିଷ୍ଠ ଫଟୋ ଗ୍ରାଫର ଆଶିଷ ଧୀର ଓ ଆମର ଜ୍ୟୋତି ସିଂଦେଓ ଏବଂ ସବ୍ୟସାଚୀ ପାଣିଗ୍ରାହୀ ମଧ୍ୟ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *