ଚଳିତ ମାସ ୨୪ ତାରିଖରୁ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୨୦ତମ ରାଜ୍ୟ ସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ଝାରସୁଗୁଡ଼ା ଠାରେ ଅନୁଷ୍ଠିତ ହୋଇଥଲା। ଉକ୍ତ ପ୍ରତଯୋଗିତାରେ ଅନୁଗୋଳ ଜିଲ୍ଲାରୁ ବାଳକ ଓ ବାଳିକା ଉଭୟ ବିଭାଗରେ ୮ ଜଣ ଖେଳାଳି ଅଂଶ ଗ୍ରହଣ କରି ଅନୁଗୋଳ ଜିଲ୍ଲାପାଇଁ ୨ ଟି ସ୍ବର୍ଣ୍ଣ ସହତ ୮ ପଦକ ହାସଲ କରି ଜିଲ୍ଲାପାଇଁ ଗୌରବ ଅର୍ଜନ କରିଛନ୍ତି। ଉକ୍ତ ଖେଳାଳି ମାନଙ୍କୁ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଧନ୍ୟବାଦ୍ ଅର୍ପଣ କରିବା ସହ ଜାତୀୟ ସ୍ତରରେ କିଭଳି ପଦକ ହାସଲ କରିବେ ଖେଳାଳି ମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ଖେଳାଳି ମାନଙ୍କ ସାଥିରେ ବାଳିକା ବିଭଗର କୋଚ୍ ଜସ୍ଲିନ୍ ସାହୁ, ବାଳକ ବିଭାଗର କୋଚ୍ ଦୁଷ୍ୟନ୍ତ କୁମାର ନାଥ ଖେଳାଳି ମାନଙ୍କୁ ନେଇ ଝାରସୁଗୁଡ଼ା ଅଭୀମୁଖେ ଯାତ୍ରା କରିଥିଲା ଉକ୍ତ ଦୁଇ ଜଣ କୋଚ୍ ଙ୍କ ନିକଟରୁ ଛାତ୍ର ଛାତ୍ରୀ ମାନେ ଶିକ୍ଷ୍ୟା ଗ୍ରହଣ କରୁଛନ୍ତି।

ସେହିପରି ରାଜ୍ୟ ସ୍ତରୀୟଡୋ ପ୍ରତିୟୋଗିତା ଖୋର୍ଦ୍ଧା ଜିଲ୍ଲା କେ ଟି ଗ୍ଲୋବାଲ୍ ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଯାଇଥିଲା ଉକ୍ତ ପ୍ରତଯୋଗିତାରେ ଅନୁଗୋଳ ଜିଲ୍ଲାର ଆୟୁଷ ପ୍ରଧାନ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ସତ୍ୟଜିତ ପ୍ରଧାନ କାଂସ୍ୟ ପଦକ ହାସଲ କରିଛନ୍ତି। ଉକ୍ତ ଦୁଇ ଖେଳାଳୀଙ୍କୁ ଜିଲ୍ଲା କ୍ରୀଡା ଅଧିକାରୀ ସ୍ଵାଗତ ସମ୍ବର୍ଧନା ମଧ୍ୟ ଜଣାଇଛନ୍ତି।


