ଅନୁଗୋଳ : ଅନୁଗୋଳ ବହୁ ପୁରାତନ ସାଂସ୍କୃତିକ ଅନୁଷ୍ଠାନ “କଳାକାର” ପକ୍ଷରୁ ୪୦ ତମ ବୋଇତ ବନ୍ଦାଣ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦ୍ଘାଟନ କରିଥିଲେ।ଶ୍ରୀ ପ୍ରିତୀମୟ ନିଜ ଅଭିଭାଷଣରେ କହିଲେ କଳା ଓ କଳାକାର ସବୁବେଳେ କାଳଜୟୀ।ଏହି କଳାକାରମାନଙ୍କ ହସ କାନ୍ଦ ଭରା
ଅଭିନୟ ଖାଲି ମନୋରଞ୍ଜନ ଯୋଗାଏ ନାହିଁ ସମାଜ ରେ ଏକତା ଓ ଭାଇଚାରା ବୁଣିବାରେ ସହାୟତା କରିଥାଏ।ମନୋରଞ୍ଜନ ସହ ପ୍ରତିଭା ଚୟନ କ୍ଷେତ୍ରରେ କଳାକାର ଅନୁଷ୍ଠାନର ଭୂମିକା ପ୍ରଶଂସନୀୟ ସହ ଜିଲ୍ଲାରେ ସର୍ବାଗ୍ରେ ବୋଲି ଶ୍ରୀ ପ୍ରୀତିମୟ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ରୂପେ ଗୁରୁ ଶ୍ରୀ ଶରତ ପାଣି,ସନାତନ ନାୟକ,ଶାନ୍ତନୁ ନାୟକ ଯୋଗ ଦେଇଥିଲେ।କଳାକାର ସଦସ୍ୟମାନେ ହରି ଗୁରୁଜୀ lଙ୍କ ଦ୍ଵାରା ଲିଖିତ ଓ ଗୁରୁ ବିପିନ ବିହାରୀ ଦାସ lଙ୍କ ଦ୍ଵାରା ନିର୍ଦ୍ଦେଶିତ ଆବାହନୀ ସଙ୍ଗୀତ କଳାକାର ଆମେ କଳାକାର.. ଗାନ କରିଥିଲେ ।

କଳାକାରର ସଭାପତି ବିରେନ୍ଦ୍ର ପ୍ରଧାନ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ସଂସ୍ଥାର କାର୍ଯ୍ୟାବଳୀ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଡ଼ା କୃଷ୍ଣଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର, ଅନିତା ସିଂହ ଦେଓ ଓ ପ୍ରଫୁଲ୍ଲ ସାହୁ ଉପସ୍ଥିତ ରହିଥିଲେ ।ସମ୍ପାଦକ ବିଦ୍ୟାଧର ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ|ପ୍ରତିଯୋଗିତାର ପ୍ରଥମ ଦୁଇ ଦିନରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ|ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ବଣିକ ସଂଘର ସଭାପତି ଶ୍ରୀମାନ ଦୀପକ କୁମାର ବର୍ମା ଓ ଅବସର ପ୍ରାପ୍ତ ସୁବେଦାର ମେଜର ତଥା ଜିଲ୍ଲା ଡିଫେନ୍ସ ଭେଟେରାନ ସଭାପତି ଶ୍ରୀମାନ ଅନିଲ କୁମାର ମହାନ୍ତି ଙ୍କୁ ସମ୍ମାନିତ କରାଯାଇଥିଲା |ବରିଷ୍ଠ ସଦସ୍ୟ ଡ଼ ବୈରାଗୀ ଚରଣ ମଲ୍ଲୀକ ମଞ୍ଚ ପରିଚାଳନା କରିଥିବା ବେଳେ କଳାକାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |


