ଅନୁଗୋଳ, ୧୮ା୧୧: ଫୋକସ୍ ପକ୍ଷରୁ ୧୪ତମ ‘ଅକ୍ଷୟ ସଙ୍ଗୀତ ଚର୍ଚ୍ଚା’ କାର୍ଯ୍ୟକ୍ରମ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ମାରୱାଡ଼ି ଧର୍ମଶାଳା ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସହରବାସୀ ଅକ୍ଷୟପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲା। ଓଡ଼ିଆ ସଙ୍ଗୀତ ଜଗତର ପ୍ରବାଦପୁରୁଷ ସ୍ବର୍ଗତଃ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉନ୍ଦ୍ରମଣି ଭୂତିଆ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।ଅକ୍ଷୟ ପ୍ରେମୀ ସତ୍ୟସୁନ୍ଦର ଦାସଙ୍କ ପ୍ରାକ୍ କଥନ ପରେ ସାମ୍ବାଦିକ ବିଶ୍ବରଞ୍ଜନ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ସରୋଜ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ ପଣ୍ଡା ପ୍ରମୁଖ ନିଜସ୍ବ ବକ୍ତବ୍ୟରେ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


ପରେ ଶ୍ରୀମତୀ ନିରୁପମା ରାଉତ, ମୌସୁମୀ ଦାସ, ମଧୁମିତା ସାହୁ, ଜୟନ୍ତୀ ଅଳକାନନ୍ଦା, ବିଶ୍ବଜିତ ଦାସ, ଅଜୟ ସିଂହଦେଓ, ସୁବାସ ପଟ୍ଟନାୟକ, ଇଞ୍ଜିନିୟର ନିଲନ ମହାନ୍ତି ପ୍ରମୁଖ ଅକ୍ଷୟଙ୍କ ସ୍ମୃତିମଧୁର ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଦସ୍ୟ ପଣ୍ଡିତ ମହେଶ ସାହୁ, ସାହିତ୍ୟିକ କାଳନ୍ଦୀ ସାମଲ, ସମାଜସେବୀ ରାଜେଶ ତିୱାରୀ, କଣ୍ଠଶିଳ୍ପୀ ମୌସୁମୀ ଦାସ, ସାଗର ମୁଖୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


କାର୍ଯ୍ୟକ୍ରମର ଆକର୍ଷଣ ଭାବେ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଲୁଗାପଟା ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗ୍ରାମ ରଞ୍ଜନ ନାଥ, ସରୋଜ ପ୍ରଧାନ, ରଶ୍ମିରଞ୍ଜନ ସାହୁ, ଅସିତ ପ୍ରଧାନ, ଉମେଶ ପାଣି ଏହାର ପରିଚାଳନା କରିଥିଲେ।


