ଜିନ୍ଦଲ ଫାଉଣ୍ଡେସନ ପରିକଳ୍ପନା, ଜନଜାତି ବାଳିକାଙ୍କ ଶିକ୍ଷାପାଇଁ ନୂତନ ଅଧ୍ୟାୟର ଅୟରାରମ୍ଭ।

ଭୁବନେଶ୍ୱର: ସାମାଜିକ ଉନ୍ନତି ଏବଂ ଜନଜାତି ବାଳିକାମାନଙ୍କ ଶିକ୍ଷାକୁ ସମର୍ଥନ ଦେବା ଉଦ୍ଦେଶ୍ୟରେ ଜିନ୍ଦଲ୍ ଷ୍ଟିଲ୍‌ର ସାମାଜିକ ଶାଖା ଜିନ୍ଦଲ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍‌ ଅନ୍ତର୍ଗତ ବଡ଼ରୋହିଲା ଗାଁରେ ଅବସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ଏସ୍.ଟି. ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ୟଶସ୍ୱିନୀ ଜିନ୍ଦଲ’ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ଭୂମି ପୂଜନ ଆଧାରଶିଳା ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ୍ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ୍ ଜୀ ଭୂମିପୂଜନ କରି ଆଧାରଶିଳା ରଖିଥିଲେ। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଜନଜାତି ଓ ଦୂରଦୂରାନ୍ତ ଅଞ୍ଚଳର ବାଳିକାମାନଙ୍କ ପାଇଁ ସୁରକ୍ଷିତ, ସହଯୋଗୀ ଓ ପୋଷକ ଆବାସିକ ସୁବିଧା ଯୋଗାଇ ଉତ୍ତମ ଶିକ୍ଷାର ସୁଯୋଗ ବୃଦ୍ଧି କରିବା।

ଛାତ୍ରୀମାନଙ୍କୁ ଓ ସ୍ଥାନୀୟ ସମୁଦାୟକୁ ଲକ୍ଷ୍ୟ କରି ଦିଆଯାଇଥିବା ପ୍ରେରଣାଦାୟୀ  ଉଦବୋଧନରେ ଶ୍ରୀମତୀ ଶାଲୁ  ଜିନ୍ଦଲ୍ ଜୀ କହିଥିଲେ, “ଝିଅମାନଙ୍କ ଶିକ୍ଷା ଓ ସଶକ୍ତିକରଣ ଆମ ଦୃଷ୍ଟିକୋଣର କେନ୍ଦ୍ରବିନ୍ଦୁ। ଏହି ହଷ୍ଟେଲ କେବଳ ସୁରକ୍ଷିତ ଆବାସ ଓ ଶିକ୍ଷାଗତ ସମର୍ଥନ ଦେବ ତାହା ନୁହେଁ, ବରଂ ଛାତ୍ରୀମାନଙ୍କୁ ନିଜ ସମ୍ପୂର୍ଣ୍ଣ ସମ୍ଭାବନା ପ୍ରକାଶ କରି ସମାଜ ପାଇଁ ଅର୍ଥପୂର୍ଣ୍ଣ ଅବଦାନ ଦେବାରେ ସାହାଯ୍ୟ କରିବ।” ସେ, ଦୂରଦୂରାନ୍ତ ଅଞ୍ଚଳରେ ଝିଅମାନଙ୍କ ଶିକ୍ଷା ପାଇଁ ଶ୍ରୀ ରାମକୃଷ୍ଣ ଆଶ୍ରମ ପରିଚାଳନାର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ।

ଛଅ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ନୂଆ ହଷ୍ଟେଲରେ ୩୩୦ ଜଣ ଛାତ୍ରୀ ରହିପାରିବେ, ଯାହା ସ୍କୁଲର ଆବାସିକ ସୁବିଧାକୁ  ବୃଦ୍ଧି କରିବ। ଏହି ପ୍ରୟାସ ମାଧ୍ୟମରେ ବର୍ତ୍ତମାନ ଥିବା ଆବାସ ସଂକଟ ଦୂର ହେବା ସହିତ ଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ, ସୁନିଶ୍ଚିତ ଓ ପୋଷକ ପରିବେଶ ସୃଷ୍ଟି ହେବ, ଯାହା ଉତ୍ତମ ଶିକ୍ଷାର ପହଞ୍ଚକୁ ଆହୁରି ମଜବୁତ କରିବ।

ଶ୍ରୀ ରାମକୃଷ୍ଣ ଆଶ୍ରମର ସଂସ୍ଥାପକା ଶ୍ରୀଯୁକ୍ତ ଅନନ୍ତ ଶାସିନୀଙ୍କ ସ୍ବାଗତ ଭାଷଣ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ପରେ ଜିନ୍ଦଲ୍ ଷ୍ଟିଲର ସଭାପତି ଶ୍ରୀ ପ୍ରଶାନ୍ତ ହୋତା ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ । ଜିନ୍ଦଲ୍ ଷ୍ଟିଲର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱ ଓ ଜିନ୍ଦଲ୍ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶଲ୍ଲୁ ଜିନ୍ଦଲଙ୍କ ଭୂମିକାକୁ ଉଲ୍ଲେଖ କରି ସେ କହିଥିଲେ, “ଜିନ୍ଦଲ୍ ଫାଉଣ୍ଡେସନରେ ଆମେ ସଦା ବିଶ୍ୱାସ କରୁଛୁ ଯେ ସମାନ ଶିକ୍ଷା ଅଧିକାରରୁ ହିଁ ସ୍ଥାୟୀ ଉନ୍ନତିର ଆରମ୍ଭ, ବିଶେଷକରି ଝିଅମାନଙ୍କ ପାଇଁ। ଏହି ହଷ୍ଟେଲ ଆମ ଶିକ୍ଷାକେନ୍ଦ୍ରିକ ପଦକ୍ଷେପର ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ସମାବେଶମୂଳକ ଓ ସମୁଦାୟ ଉନ୍ନତି ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”

ଏହି ଅବସରରେ ପାରମ୍ପରିକ ପୂଜାର୍ଚ୍ଚନା, ଆଧାରଶିଳା ସ୍ଥାପନ ଓ ପୂର୍ଣ୍ଣାହୁତି ଆଦି ରିତିନୀତି ଅନୁଷ୍ଠିତ ହୋଇଥିଲା। ସମାରୋହରେ ସ୍ଥାନୀୟ ସମୁଦାୟ ନେତା, ସ୍ଥାନୀୟ ଅଂଶୀଦାର, ଗୁରୁଜୀ ଶ୍ରୀମଦ୍ ବଂଶୀଧର ବଳରାମ ଦାସ, ଜିନ୍ଦଲ୍ ଷ୍ଟିଲର ସିଏସଆର ମୁଖ୍ୟ ଶ୍ରୀ ରିଶି ପଠାନିଆ, ଏଚଓଡି-ସିଏସ୍ଆର(ଅନୁଗୁଳ) ଶ୍ରୀ ଜୟନ୍ତ କୁମାର ମହାନ୍ତି, ସ୍କୁଲର ସଂସ୍ଥାପକ ଶ୍ରୀ ଶେଷଦେବ ଶାସିନୀ, ସହ-ସଂସ୍ଥାପକ ଶ୍ରୀ ଅନନ୍ତ ଶାସିନୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଯଶସ୍ବିନୀ ଜିନ୍ଦଲ୍ ବାଳିକା ଛାତ୍ରାବାସ ଓଡ଼ିଶାର ଜନଜାତି ସମୁଦାୟଙ୍କ ଶିକ୍ଷା, ସଶକ୍ତିକରଣ ଓ ସାମଗ୍ରିକ ବିକାଶ ପ୍ରତି ଜିନ୍ଦଲ୍ ଫାଉଣ୍ଡେସନର ଅବିରତ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ଉଦାହରଣ। ଏହା ସହିତ, ଫାଉଣ୍ଡେସନ୍ ଆଫ୍ଟର-ସ୍କୁଲ୍ ଲର୍ଣିଂ, ମହିଳା ଓ ଝିଅମାନଙ୍କ ପାଇଁ ଯଶସ୍ୱୀ ଛାତ୍ରବୃତ୍ତି, ଓ.ପି. ଜିନ୍ଦଲ୍ ଷ୍ଟାର୍ ଏବଂ ଜୁଏଲ୍ ଛାତ୍ରବୃତ୍ତି, ଜିନ୍ଦଲ୍ ଆଶା, ସାବିତ୍ରୀ ଜିନ୍ଦଲ୍  ଡିଏଭି ହାଇସ୍କୁଲ୍ ଓ ଅନ୍ୟାନ୍ୟ ଶିକ୍ଷାମୂଳକ ପଦକ୍ଷେପ ମାଧ୍ୟମରେ ଶିକ୍ଷା ପରିବେଶକୁ ନିରନ୍ତର ମଜବୁତ କରି ଚାଲିଛି।

Leave a Reply

Your email address will not be published. Required fields are marked *