ଜିନ୍ଦଲ ଷ୍ଟିଲ୍‌ ଅନୁଗୁଳରେ ଲର୍ଣ୍ଣିଂ ମଡେଲ୍‌ ଲ୍ୟାବ୍‌ର ଉଦଘାଟନ କଲେ ନବୀନ ଜିନ୍ଦଲ

ଭୁବନେଶ୍ୱର: କୌଶଳ ବିକାଶକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତ ପାଇଁ ମାନବଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମାନ୍ୟବର ସାଂସଦ (କୁରୁକ୍ଷେତ୍ର) ତଥା  ଜିନ୍ଦଲ ଷ୍ଟିଲ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ ଜିନ୍ଦଲ ଆଜି ଅନୁଗୁଳର ନବୀନ ଜିନ୍ଦଲ ସ୍କିଲ୍ ସେଣ୍ଟରରେ ଅତ୍ୟାଧୁନିକ ଲର୍ଣ୍ଣିଂ ମଡେଲ୍ ଲ୍ୟାବ୍‌ର ଉଦଘାଟନ କରିଛନ୍ତି।

Advertisement

ଏହି ପଦକ୍ଷେପ, କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାରମାନଙ୍କ ମଧ୍ୟରେ ଉତ୍କର୍ଷତା, ସୁରକ୍ଷା ମାନଦଣ୍ଡ ଏବଂ ପ୍ରାୟୋଗିକ କ୍ଷମତା ବୃଦ୍ଧି କରିବା ଦିଗରେ ସହାୟକ ହୋଇପାରିବ, ଯାହା କଂପାନୀର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ସେହିପରି ତାଲିମକୁ କିଭଳି ବାସ୍ତବିକ୍ ବିଶ୍ୱ-ଶିଳ୍ପ ପ୍ରଯୋଗ ସହିତ ସମନ୍ୱିତ କରାଯାଇପାରିବ, ତାହା ଏହି ପ୍ରୟାସର ଉଦ୍ଦେଶ୍ୟ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ନବୀନ ଜିନ୍ଦଲ ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଉତ୍ସର୍ଗ ଏବଂ ଉତ୍ସାହ ସହିତ ତାଲିମ  ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରି, ସେ କହିଥିଲେ ଯେ କୁଶଳୀ କାର୍ଯ୍ୟ କେବଳ ଦକ୍ଷତା ବୃଦ୍ଧି କରେ ନାହିଁ ବରଂ କାର୍ଯ୍ୟକୁ ସରଳ, ନିରାପଦ ଏବଂ ଅଧିକ ପ୍ରଭାବଶାଳୀ କରିଥାଏ।

ସେ ନେତୃତ୍ୱ ଭୂମିକାରେ ଥିବା ଅଧିକାରୀମାନଙ୍କୁ ତାଲିମ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କ ଟିମର ସଦସ୍ୟମାନଙ୍କୁ ପ୍ରେରଣା ଦେବାରେ ସକ୍ରିୟ ଦାୟିତ୍ୱ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।

ଏକ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ସେ ଲେଖିଛନ୍ତି, “ଯେତେବେଳେ ଆମେ ଲୋକଙ୍କ ଉପରେ ନିବେଶ କରୁ, ଆମେ ସ୍ଥାୟୀ ପ୍ରଗତିରେ ନିବେଶ କରୁ। ସଶକ୍ତ ଦକ୍ଷତା- ଆତ୍ମବିଶ୍ୱାସୀ ବୃତ୍ତିଧାରୀ, ଶକ୍ତିଶାଳୀ ଶିଳ୍ପ ଏବଂ ଏକ ଶକ୍ତିଶାଳୀ ରାଷ୍ଟ୍ର ସୃଷ୍ଟି କରେ।”

କାର୍ଯ୍ୟକ୍ରମରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗୌତମ ମାଲହୋତ୍ରା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇନ-ଚାର୍ଜ, ଅନୁଗୁଳ, ଶ୍ରୀଯୁକ୍ତ ପଙ୍କଜ ମାଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଶ୍ରୀଯୁକ୍ତ ଦାମୋଦର ମିତ୍ତଲ, ସମସ୍ତ ବିଭାଗ ମୁଖ୍ୟ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ପରେ ସନ୍ଧ୍ୟାରେ, ମାନ୍ୟବର ଅଧ୍ୟକ୍ଷ ଶ୍ରମିକ ବିହାର ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ‘ସଂକଳ୍ପ’ ନାମକ ଏକ ଖୋଲା ଜିମ୍ ଏବଂ ବ୍ୟବସାୟିକ ଅଂଶୀଦାରଙ୍କ କଲ୍ୟାଣ ଏବଂ ମଙ୍ଗଳ ପାଇଁ ବିକଶିତ ମାର୍କେଟ କମ୍ପ୍ଲେକ୍ସ ‘ସମୃଦ୍ଧି’ର ଉଦ୍ଘାଟନ କରିଥିଲେ। ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକ୍ଷେତ୍ର ବାହାରେ ସମ୍ପ୍ରଦାୟ ବିକାଶ ଏବଂ କର୍ମଚାରୀ କଲ୍ୟାଣ ପ୍ରତି କମ୍ପାନୀର ପ୍ରତିବଦ୍ଧତାର ଗୋଟିଏ ଲେଖାଏଁ ଉଦାହରଣ ।

ଏହି କାର୍ଯ୍ୟକ୍ରମଗୁଡ଼ିକ ଦକ୍ଷତା ବିକାଶ, ନବସୃଜନ, କର୍ମଚାରୀ ଏବଂ ସମ୍ପ୍ରଦାୟ କଲ୍ୟାଣ ପ୍ରତି ଜିନ୍ଦଲ ଷ୍ଟିଲର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ସେହିପରି ଏକ ସୁରକ୍ଷିତ, ଦକ୍ଷ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବଶକ୍ତି ନିର୍ମାଣ କରିବା ପାଇଁ ହେଉଥିବା ଉଦ୍ୟମକୁ ପ୍ରତିଫଳିତ କରୁଛି ।

Leave a Reply

Your email address will not be published. Required fields are marked *