ଆଜିଠାରୁ ସଂପୂର୍ଣ୍ଣ ବନ୍ଦହେଲା ଏନଟିପିସି ପରିଚାଳନାଧିନ ଏନଟିପିସି ।

ଅନୁଗୋଳ: ଏନ୍‌ଟିପିସି ପରିଚାଳନାଧୀନ ଅନୁଗୋଳ ତାଳଚେର ଥର୍ମାଲ ପାୱାର ଷ୍ଟେଶନକୁ ନେଇ ଲାଗି ରହିଥିବା ନାନା କଳ୍ପନାଜଳ୍ପନାର ମଙ୍ଗଳବାର ଅନ୍ତଃ ଘଟାଇଛନ୍ତି ଏନ୍‌ଟିପିସି କର୍ତ୍ତୃପକ୍ଷ। ପୂର୍ବ ନିର୍ଦ୍ଧାରିତ ତାରିଖ ତଥା ଆଜି ୩୧ ମାର୍ଚ ଠାରୁ ଏହି ପୁରୁଣା ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୟୁନିଟ୍‌ଗୁଡ଼ିକୁ ବିଧିବଦ୍ଧ ଭାବେ ବନ୍ଦ କରାଯିବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି। ଏ ନେଇ ଏନ୍‌ଟିପିସି ସେକ୍ରେଟାରୀ ନନ୍ଦିନୀ ସରକାର କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଇଛନ୍ତି। ତେବେ ନୂତନ ପ୍ଳାଣ୍ଟ ସମ୍ପର୍କରେ ଏନ୍‌ଟିପିସି କର୍ତ୍ତୃପକ୍ଷ କିଛି ଉଲ୍ଲେଖ କରି ନ ଥିବା ସୂଚନା ମିଳିଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପାଳନ କରି ନ ଥିବାରୁ ମାର୍ଚ୍ଚ ୩୧ ପରଠାରୁ ଟିଟିପିଏସ୍‌ ପରିଚାଳନା ପାଇଁ ଏନ୍‌ଟିପିସିକୁ ଅନୁମତି ମିଳିନାହିଁ। ତେବେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଅର୍ଥାତ୍‌ ଗତ ୨୨ ତାରିଖ ରାତିରୁ ଏନ୍‌ଟିପିସି କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଟିଟିପିଏସ୍‌ର ୬ଟି ୟୁନିଟ୍‌କୁ ବନ୍ଦ କରିଦେଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍‌-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟ ଆରମ୍ଭ ନିମନ୍ତେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଆର.କେ. ସିଂଙ୍କୁ ମୁଖ୍ୟମନ୍ତ୍ରୀ ଗତ ୨୪ ତାରିଖରେ ଚିଠି ଲେଖିଥିଲେ।

Leave a Reply

Your email address will not be published. Required fields are marked *