ଅନୁଗୋଳ : ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ ଜଙ୍ଗଲ ଅଧିସୁତ ପୁରୁଣାଗଡ଼ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବ୍ରାହ୍ମଣ ସାହି ଓ କନ୍ଧ ସାହିରେ ବିଧାୟକ ପାଣ୍ଠିରୁ ନିର୍ମାଣ ହୋଇଥିବା ଦୁଇଟି କୋଠ ଘର ଉଦଘାଟନ କରିଥିଲେ।


ବିଧାୟକଙ୍କୁ ସ୍ଥାନୀୟ ଲୋକେ ବହୁ ଅଗ୍ରହର ସହିତ ସ୍ୱାଗତ କରିଥିଲେ। ଲୋକଙ୍କ ଆଗ୍ରହ ଦେଖି ଆଗାମୀ ଦିନରେ ଏ ଅଞ୍ଚଳରେ ଆହୁରି ଅନେକ ବିକାଶ ମୂଳକ କାର୍ଯ୍ୟ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା, ସ୍ଥାନୀୟ ସରପଞ୍ଚ ଓ ଜିଲା ପରିଷଦ ସଦସ୍ୟଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।


