ବାଲ୍ୟ ବିବାହ ମୁକ୍ତ ଭାରତ ଲୋଗୋ ସାର୍ବଜନୀନ

ଭୁବନେଶ୍ୱର : ଭାରତ ସରକାର ଙ୍କ 2030 ମସିହା ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କୁ ସାକାର କରିବା ପାଇଁ ବିଶ୍ୱ ଯୁବ କେନ୍ଦ୍ର ଅନୁଗୋଳ ଓ ଜଷ୍ଟ ରାଇଟ ଫର ଚିଲଡ୍ରେନଙ୍କ ମିଳିତ ଉଦ୍ୟମରେ 2023 ମସିହାଠାରୁ ବାଲ୍ୟ ବିବାହ ନିଷେଧ ଅଭିଯାନ ଚାଲୁ ରହିଛି। ଉକ୍ତ ଅଭିଯାନ ର ଏକ କାର୍ଯ୍ୟକ୍ରମ ସ୍ୱରୂପ ଆଜି ହୋଟେଲ ଦୂର୍ଗା, ଅନୁଗୋଳ ଠାରେ ବିଶ୍ଵ ଯୁବ କେନ୍ଦ୍ରର ୪୦ ବର୍ଷ ପୁର୍ତି ଉପଲକ୍ଷେ ଅନୁଷ୍ଠିତ ଏକ ଉତ୍ସବ ରେ ଯୋଗ ଦେଇ ମୁଖ୍ୟ ଅତିଥି ସାଂସଦ,ଢେଙ୍କାନାଳ ରୁଦ୍ର ନାରାୟଣ ପାଣି ବାଲ୍ୟ ବିବାହ ମୁକ୍ତ ଲୋଗୋ ସାର୍ବଜନୀନ କରିଛନ୍ତି।

ସାଂସଦ ତାଙ୍କ ଅଭିଭାଷଣରେ ବିଶ୍ଵ ଯୁବ କେନ୍ଦ୍ରର ଚାଲୁଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କିପରି ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଯୋଜନା ଗୁଡ଼ିକୁ ପହଞ୍ଚାଇ ସେମାନଙ୍କର ବିକାଶ କରାଇପାରିବେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ରେ ବାଲ୍ୟ ବିବାହ ମୁକ୍ତ ପାଇଁ ଏକ ମେମୋରେଣ୍ଡମ ସାଂସଦ ଙ୍କୁ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ପ୍ରଦାନ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ତାଙ୍କ ଅଭିଭାଷଣରେ ବିଶ୍ଵ ଯୁବ କେନ୍ଦ୍ର କୁ ସୁଭେଛା ଜଣାଇଥିଲେ ଓ ସମାଜରେ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି କହିବା ସହିତ ବାଲ୍ୟ ବିବାହ ମୁକ୍ତ ଅନୁଗୋଳ ଜିଲ୍ଲାକୁ ସମର୍ଥନ କରିଥିଲେ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିସ୍ଛା ଅଧିକାରୀ, ଡ଼. ସତ୍ୟନାରାୟଣ ସାହୁ, ଅନୁଗୋଳ ବନ ଖଣ୍ଡର ସହାୟକ ବନ ସଂରକ୍ଷକ ବିଦ୍ୟାସାଗର, ଶିଶୁ କଲ୍ୟାଣ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ବରିଷ୍ଠ ସାମାଜିକ କର୍ମୀ ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ବିଶ୍ୱ ଯୁବ କେନ୍ଦ୍ରର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ବାଲ୍ୟ ବିବାହ ମୁକ୍ତ ଭାରତ କୁ ସମର୍ଥନ ଜଣାଇଥିଲେ।

ବିଶ୍ଵ ଯୁବ କେନ୍ଦ୍ରର ସଦସ୍ୟ ସମ୍ପାଦକ ମନୋଜ କୁମାର୍ ମହାପାତ୍ର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ସହ ୪୦ ବର୍ଷରେ ଅନୁଷ୍ଠାନ କରିଥିବା ବିଭିନ୍ନ ପ୍ରକଳ୍ପ ର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଏତଦ ବ୍ୟତୀତ ଅନୁଷ୍ଠାନ ଦ୍ଵାରା ଆସନ୍ତା ଏକ ବର୍ଷ ଧରି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଦୀର୍ଘ ସ୍ଥାୟୀ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ।

ବିଶ୍ଵ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ ଅନୁଷ୍ଠାନ ର ସମସ୍ୟା ଓ କଠିନ ପରିସ୍ଥିତିର ମୁକାବିଲା କରି ଦୀର୍ଘ 40 ବର୍ଷ ସେବା କରିଥିବା ଓ ରାଜ୍ୟ ସରକାର, କେନ୍ଦ୍ର ସରକାର, ସ୍ଥାନୀୟ ପ୍ରଶାସନ ଓ ନେତୃବୃନ୍ଦ ତଥା ଦ।ତବ୍ୟ ଅନୁଷ୍ଠାନ ମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଶ୍ଵ ଯୁବ କେନ୍ଦ୍ରର ସହ ସମ୍ପାଦକ ଖିରେନ୍ଦ୍ର ମୋହନ ଦେହୁରି ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ପୂଜା ସ୍ୱାଇଁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ରେ ବିଶ୍ଵ ଯୁବ କେନ୍ଦ୍ର ର କାର୍ଯ୍ୟକାରୀ ଓ ସାଧାରଣ ସଦସ୍ୟ ସଦସ୍ୟା ବୃନ୍ଦ ଓ ବିଭିନ୍ନ ପ୍ରକଳ୍ପର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *