ଉପାନ୍ତ ଅଞ୍ଚଳରେ ଗଡ଼ିଲା ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା ରଥ

ଅନୁଗୋଳ : ଭାରତ ସରକାର ଙ୍କ 2030 ମସିହା ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କୁ ସାକାର କରିବା ପାଇଁ ବିଶ୍ୱ ଯୁବ କେନ୍ଦ୍ର ଅନୁଗୋଳ ଓ ଜଷ୍ଟ ରାଇଟ ଫର ଚିଲଡ୍ରେନଙ୍କ ମିଳିତ ଉଦ୍ୟମରେ 2023 ମସିହାଠାରୁ ବାଲ୍ୟ ବିବାହ ନିଷେଧ ଅଭିଯାନ ଚାଲୁ ରହିଛି।  ଉକ୍ତ ଅଭିଯାନ ର ଏକ କାର୍ଯ୍ୟକ୍ରମ ସ୍ୱରୂପ ଆଜି ଉପ ଜିଲ୍ଲାପାଳ, ପାଳଲହଡା ଙ୍କ କାର୍ଯ୍ୟାଳୟ ଠାରେ ସଚେତନତା ରଥ ଉଦଘାଟନ ହୋଇ ଯାଇଅଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପାଳଲହଡା ଅଶୋକ ମହାନ୍ତି, ଓ ସମ୍ମାନନୀୟ ଅତିଥି ଭାବେ ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଭାରପ୍ରାପ୍ତ ଥାନା ଅଧିକାରୀ, ପାଳଲହଡା ପ୍ରଦୀପ ମହାନ୍ତ, ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, କୈଳାସ ଚନ୍ଦ୍ର ସେଠି ଯୋଗ ଦେଇଥିଲେ।  ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ ସମସ୍ତ ଅତିଥି ମାନଙ୍କୁ ପୁଷ୍ପାଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ବିଶ୍ଵ ଯୁବ କେନ୍ଦ୍ରର ସଦସ୍ୟ ସମ୍ପାଦକ ମନୋଜ କୁମାର୍ ମହାପାତ୍ର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ସହ ଜଣାଇଥିଲେ ଯେ ଆଜିଠୁ ଆରମ୍ଭ ହୋଇ ରଥ ଏକ ମାସ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ପରିଦର୍ଶନ କରିବ ଏବଂ ବିଭିନ୍ନ ସ୍କୁଲ କଲେଜ ଗ୍ରାମ ସ୍ତରରେ ରହିକି ସଚେତନତା ବାର୍ତା ମଧ୍ୟ ଦିଆଯିବ।
ମାନ୍ୟବର ବିଧାୟକ, ଅଶୋକ ମହାନ୍ତି ତାଙ୍କ ଅଭିଭାଷଣ ରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କୁ ସମର୍ଥନ ଜଣାଇ ବିଶ୍ୱ ଯୁବ କେନ୍ଦ୍ରର ଏହି ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନିଜର ବକ୍ତବ୍ୟରେ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ, ଶିଶୁ ସହାୟତା ନମ୍ବର ବିଷୟରେ ଅବଗତ କରାଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମହତାବ ଉଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ସ୍ଥାନୀୟ ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସୁପରଭାଇଜର, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଯୋଗ  ଦେଇଥିଲେ।
କାର୍ଯ୍ୟକ୍ରମ କୁ ବିଶ୍ଵ ଯୁବ କେନ୍ଦ୍ର ର କର୍ମକର୍ତା ଅଭିଷେକ ମହାପାତ୍ର, ପୂଜା ସ୍ୱାଇଁ, ପ୍ରଦିପ ନାୟକ, ଅଜୟ ସେଠି, ପିର୍ଣଚନ୍ଦ୍ର କିସାନ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *