ବିଜେଡି ଜିଲା କାଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୋଳ : ପବିତ୍ର ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳିତ ହୋଇଛି।  ବିଧାୟକ ତାଳଚେର ତଥା ଜିଲ୍ଲା ବିଜେଡ଼ି ସଭାପତି  ବ୍ରଜକିଶୋର ପ୍ରଧାନ ଯୋଗଦେଇ ତିରଙ୍ଗା ପତାକା ଉତ୍ତୋଳନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅନୁଗୋଳ ତଥା ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ପୌରପରିଷଦ ନଗରପାଳ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ବସ୍ତିଆ,ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ବିଦୁଲତା ପ୍ରଧାନ, ଜିଲ୍ଲା ଛାତ୍ର ସଭାପତି ଶ୍ରୀ ରାଜୀବ ଲୋଚନ ଦାସ ଏବଂ କାଉନସିଲର , ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ବିଜେଡ଼ି କମିଟିର ସମସ୍ତ ସଦସ୍ୟ ଏବଂ ଯୁବ – ଛାତ୍ର – ମହିଳା ଜନତା ଦଳର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *