ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଦ୍ୱିତୀୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍

ତାଳଚେର: ଆଜି ତାଳଚେର ପୌରପରିଷଦ ଅନ୍ତର୍ଗତ ୧୯ ନଂ ୱାର୍ଡ଼ର ହାଣ୍ଡିଧୁଆଁ ଖେଳ ପଡ଼ିଆ ଠାରେ ହାଣ୍ଡିଧୁଆଁ ଯୁବଗୋଷ୍ଠି ପକ୍ଷରୁ ଆୟୋଜିତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଦ୍ୱିତୀୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍- ୨୦୨୬ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ପୂର୍ବତନ ଉପ ବାଚସ୍ପତି  ରଜନୀକାନ୍ତ ସିଂହ ଓ ସମ୍ମାନୀତ ଅତିଥି ଭାବେ  ବିଧାୟକ ତାଳଚେର  ବ୍ରଜକିଶୋର ପ୍ରଧାନ ଯୋଗଦେଇ ଏଭଳି କ୍ରୀଡ଼ା ଆୟୋଜନ ମାଧ୍ୟମରେ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ପ୍ରୟାସ କରୁଥିବାରୁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ଏହା ସହିତ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଉଭୟ ଦଳକୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପ ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହେମଲତା ମହାନ୍ତି, କଣିହାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ, ତାଳଚେର ସୁରକ୍ଷା ମଞ୍ଚର ସଭାପତି ଶ୍ରୀଯୁକ୍ତ ମୁରଲୀଧର ସାହୁ, ଅନୁଗୋଳ ଜିଲ୍ଲା ବିଜେଡ଼ି ଉପ ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପ୍ରଧାନ, ଜିଲ୍ଲା ବିଜେଡ଼ି ଯୁବ ଉପ ସଭାପତି ଶ୍ରୀଯୁକ୍ତ ଲିପୁନା ଭୁକ୍ତା ଓ ଶ୍ରୀଯୁକ୍ତ ସୁଧୀର ସାମନ୍ତ, ସମସ୍ତ ସରପଞ୍ଚ, ସମିତିସଭ୍ୟ, କାଉନସିଲରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *