ଅନୁଗୋଳ:ଜିନ୍ଦଲ ଷ୍ଟିଲର ସିଏସଆର ଶାଖା, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ସ୍ୱେଚ୍ଛାକୃତ ଭାବରେ ପୁନର୍ବାସିତ ହୋଇଥିବା ପରିବାରଗୁଡ଼ିକୁ ସମର୍ଥନ ଦେବା ପାଇଁ ଧଉରାଗୋଠ ଗାଁରେ ଏକ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ କମାଇବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ପୁର୍ନବାସ ଉଦ୍ୟମ ହୋଇଥିଲା । ଏହି ପଦକ୍ଷେପ ବିଶେଷ ଭାବରେ ଜଙ୍ଗଲଜାତ ବୃତ୍ତିରୁ ବାହାରିବା ପରେ ଜୀବିକା ପୁନରୁଦ୍ଧାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ପରିବାରଗୁଡ଼ିକୁ ସଶକ୍ତ କରିବ।ଏହି କାର୍ଯ୍ୟକ୍ରମ ଜରିଆରେ ଅଂଶଗ୍ରହଣ କାରୀମାନେ ଛତୁ ଚାଷର ପୂର୍ବ ପ୍ରସ୍ତୁତି,ଚାଷ ପଦ୍ଧତି,ରକ୍ଷଣାବେକ୍ଷଣ, ଅମଳ ଏବଂ ମୌଳିକ କିଣାବିକାର କୌଶଳ ଉପରେ ବ୍ୟବହାରିକ ତାଲିମ ଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଅଧିବେଶନରେ ଛତୁର ପୁଷ୍ଟିକର ମୂଲ୍ୟ ଏବଂ ଦୃଢ଼ ଆୟର ସମ୍ଭାବନା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା, ଯାହା ପାରମ୍ପରିକ ଅଭ୍ୟାସ ତୁଳନାରେ ଯଥେଷ୍ଟ ଅଧିକ ଲାଭ ପ୍ରଦାନ କରିଥାଏ।
ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପୁନର୍ବାସିତ ସମୁଦାୟ ମଧ୍ୟରେ ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ ଦେବା। ପରିବାରଗୁଡ଼ିକୁ ଉପଯୋଗୀ ଜୀବିକା କୌଶଳ ପ୍ରଦାନ କରି, ନିରନ୍ତର ଆୟ ସୁନିଶ୍ଚିତ କରିବା ସହିତ ଅଞ୍ଚଳର ସଂରକ୍ଷଣ ପ୍ରୟାସକୁ ମଧ୍ୟ ସମର୍ଥନ କରିବାକୁ ଜିନ୍ଦଲ ଫାଉଣ୍ଡେସନ୍ ଚେଷ୍ଟା କରୁଛି।ବନଖଣ୍ଡ ଅଧିକାରୀ ଅଧିକାରୀ (ଡିଏଫଓ) ଗଦାଧର ପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଜିନ୍ଦଲ ଷ୍ଟିଲର ଉପାଧ୍ୟକ୍ଷ (ସିଏସଆର) ରିଷି ପଠାନିଆ, ଜିନ୍ଦଲ ଷ୍ଟିଲର ମହାପ୍ରବନ୍ଧକ (ସିଏସଆର) ଜୟନ୍ତ କୁମାର ମହାନ୍ତି ଏବଂ ଗ୍ରାମ କମିଟିର ସଭାପତିମାନେ ଉପସ୍ଥିତ ଥିଲେ।ଉଲ୍ଲେଖନୀୟ ଯେ, ଜିନ୍ଦାଲ ଫାଉଣ୍ଡେସନ୍ ପକ୍ଷରୁ ଗତ ଏକ ବର୍ଷ ଧରି ପ୍ରାୟ ୧,୦୦୦ ଜଙ୍ଗଲବାସୀ ପରିବାରଙ୍କୁ ଶୁଖିଲା ରାସନ୍ ସହାୟତା ପ୍ରଦାନ କରିଆସୁଛି।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କୁ ଜୀବିକା ସହାୟତା ଯୋଗାଇଲା ଜିନ୍ଦଲ ଫାଉଣ୍ଡେସନ


