ଅନୁଗୋଳ : ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷା ଏମିରେଟସ୍ ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କ ଜନ୍ମଦିନ ବେଶ ଉତ୍ସାହର ସହ ପାଳନ କରାଯାଇଛି । ଜନ୍ମଦିନ ଉତ୍ସବ ପାଳନ ଅବସରରେ ବିଭିନ୍ନ ମାନବକଲ୍ୟାଣଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲର କର୍ମଚାରୀମାନେ ଉପସ୍ଥିତ ରହି ଅନୁଗୁଳ ଜିଲ୍ଲାର ବିଭିନ୍ନ ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ଅନ୍ତେବାସୀଙ୍କ ସହିତ ସମୟ ବିତାଇବା ସହ ଏକାଠି ଭୋଜନ କରିଥିଲେ । ଏହା ସହିତ ବୃଦ୍ଧବୃଦ୍ଧା ଏବଂ ପିଲାମାନଙ୍କୁ ସ୍ନେହ ବାଣ୍ଟିବା ସହ ଯଥାସମ୍ଭବ ସହାୟତା ମଧ୍ୟ ପ୍ରଦାନ କରି୍ଥିଲେ ।
ଜନ୍ମଦିନ ପାଳନ ଅବସରରେ ଅନୁଗୁଳ ପ୍ରକଳ୍ପ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପି.କେ ବିଜୁ ନାୟାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇସ୍ପାତ ଜୋନ୍) ଶ୍ରୀଯୁକ୍ତ ଦାମୋଦର ମିତ୍ତଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସଏମଏସ୍ ଏବଂ ମିଲ୍ସ) ଶ୍ରୀଯୁକ୍ତ ହୃଦୟେଶ୍ୱର ଝା ଏବଂ ସଭାପତି (ମାନବ ସମ୍ବଳ) ଶ୍ରୀଯୁକ୍ତ ଦିଲୀପ ସିହ୍ନାଙ୍କ ସମେତ ବିଭାଗୀୟ ମୁଖ୍ୟ, କର୍ମଚାରୀ, ସମସ୍ତ କର୍ମବୀର ଏବଂ ସଂପ୍ରଦାୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସମସ୍ତେ ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥତା ପାଇଁ ମଙ୍ଗଳକାମନା କରିଥିଲେ ।

ଜିନ୍ଦଲ ନଗରରେ ଅବସ୍ଥିତ ଦେବଭୂମି ମନ୍ଦିର ଓ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲରେ ପୂଜାପାଠ ଓ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀମତି ସାବିତ୍ରୀ ଜିନ୍ଦଲ ଜୀଙ୍କ ନିରନ୍ତର ସ୍ୱାସ୍ଥ୍ୟ, ଖୁସି ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରାଯାଇଥିଲା ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ବୀରଭୂମି (ଶ୍ରମିକ ବିହାର) ଆଦି ଜିନ୍ଦଲ ଷ୍ଟିଲର ବିିଭିନ୍ନ କାର୍ଯ୍ୟସ୍ଥଳୀରେ ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ମିଳିତ ପ୍ରୀତିଭୋଜନର ଆୟୋଜନ କରାଯାଇଥିଲା । ଯାହା ଏକାତା ଓ କୃତଜ୍ଞତାର ଭାବନାକୁ ପ୍ରତିଫଳିତ କରିଥିଲା ।
ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଥିବା ଶ୍ରୀମତି ସାବିତ୍ରୀ ଜିନ୍ଦଲଙ୍କ ଐତିହ୍ୟକୁ ସମ୍ମାନ ଜଣାଇ ଦିନଟିକୁ ସେବା ପାଇଁ ଉତ୍ସର୍ଗ କରାଯାଇଥିଲା । କରୁଣା ଓ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବାର ଯେଉଁ ମୁଲ୍ୟବୋଧରେ ଜିନ୍ଦଲ ଷ୍ଟିଲ ବିଶ୍ୱାସ ରଖେ, ତାହା ପୁଣି ଥରେ ପ୍ରତିଫଳିତ ହୋଇଥିଲା ।
ଶ୍ରୀମତୀ ସାବିତ୍ରୀ ଜିନ୍ଦଲ ସାଧାରଣ ଲୋକଙ୍କ ସେବା ପାଇଁ ସାର୍ବଜନୀନ ଜୀବନରେ ଉଲ୍ଲେଖନୀୟ ଅବଦାନ ଦେଇ ଆସୁଛନ୍ତି। ସେ ହରିୟାଣା ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ହିସାରରୁ ସ୍ୱାଧୀନ ବିଧାୟକ ଭାବରେ ପ୍ରତିନିଧିତ୍ୱ କରୁଛନ୍ତି। ସାର୍ବଜନୀନ ସେବା ଏବଂ ପରୋପକାର କାର୍ଯ୍ୟରେ ତାଙ୍କର ନିରନ୍ତର ଯୋଗଦାନ ମାଧ୍ୟମରେ, ସେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅବହେଳିତ ସମ୍ପ୍ରଦାୟର ଉନ୍ନତି ଉପରେ କେନ୍ଦ୍ରିତ ପଦକ୍ଷେପଗୁଡ଼ିକୁ ସମର୍ଥନ କରିଆସୁଛନ୍ତି।।



