ଅବକାରୀ ବିଭାଗ ଓ ଅଭିଯୋଜନ ବିଭାଗ ପକ୍ଷରୁ ସମନ୍ଵୟ ଶିବିର.

ଅନୁଗୋଳ : ଅନୁଗୋଳ ଜିଲ୍ଲା ଆବକାରୀ ଅଧୀକ୍ଷକା ଙ୍କ କାର୍ଯ୍ୟାଳୟରେ ଆବକାରୀ ବିଭାଗ ଏବଂ ଅଭିଯୋଜନ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।

Advertisement

ଆବକାରୀ ଅଧୀକ୍ଷକା  ମଧୁସ୍ମିତା ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଆବକାରୀ ଉପ-ଅଧୀକ୍ଷକ ଶ୍ରୀ ଧୀରେନ କୁମାର ବେହେରା ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ବୈଠକ ଆୟୋଜନର ମୁଖ୍ୟ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଭିଯୋଜନ ବିଭାଗର ଉପ-ନିର୍ଦେଶକ  ଗଣେଶ କୁମାର ବେହେରା, ବିଭାଗର ଦୁଇ ସହ- ନିର୍ଦେଶିକା  ହରପ୍ରିୟା ସ ଓ  ରୀତା ମିଞ୍ଜ, ବିଶେଷ ଲୋକ ଅଭିଯୋଜକ (ଏନ୍‌ଡିପିଏସ୍)  ଅର୍ଜୁନ କୁମାର ମୁଦୁଲି,  ଲମ୍ବୋଦର ପ୍ରଧାନ, ସହାୟକ ଲୋକ ଅଭିଯୋଜକ  ସିଦ୍ଧାର୍ଥ ରାୟସିଂହ, ରିଙ୍କୋଜିନୀ ସ୍ୱାଇଁ, ସଂଜୟ ଦେହୁରୀ, ରାଜେନ୍ଦ୍ର ସାହୁ, ଯୁଗଳ କିଶୋର ଦେହୁରୀ, ଅଖିଳ କୁମାର ସାମଲ, ଶୁଭାଶିଷ ମିଶ୍ର ଜିଲ୍ଲାର ଆଇନଜୀବୀ ଯୋଗଦେଇ ମତ ରଖିଥିଲେ।

ଜିଲ୍ଲାର ପ୍ରଭାରୀ ନିରୀକ୍ଷକ  ମାନସୀ ସାହୁ, ଶ୍ରୀମତୀ ରମ୍ଭା ବାଗ,  ନୀଳିମା ସ୍ୱାଇଁ ,  ଉମାକାନ୍ତ, ଉପ-ନିରୀକ୍ଷକ  ଗାୟତ୍ରୀ ମାଝୀ ଓ ଯୋଗେଶ୍ୱର ଜେନା, ମାଧବ ମାରାଣ୍ଡି ପ୍ରମୁଖ ଯୋଗଦାନ ଦେଇ ତଦନ୍ତ ସମୟରେ ଆସୁଥିବା ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଉପ-ନିର୍ଦେଶକ  ଗଣେଶ କୁମାର ବେହେରା ଅପରାଧିକ ମାମଲାର ତଦନ୍ତ ସମୟରେ ଆଇନଗତ ତ୍ରୁଟି କିପରି ସୁଧାର ଆସିପାରିବ ସେ ନେଇ ପରାମର୍ଶ ଦେଇଥିଲେ। ଓଡ଼ିଶା ଆବକାରୀ ନିୟମ ଅନୁସାରେ କିପରି ଦଣ୍ଡର ହାର ବୃଦ୍ଧି, ପ୍ରକୃତ ଅପରାଧୀଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଠିକ୍ ସମୟରେ ନ୍ୟାୟାଳୟରେ ଦାଖଲ ଏବଂ ଅପରାଧୀଙ୍କୁ ଦଣ୍ଡବିଧାନ ଦିଗରେ ଆବକାରୀ ବିଭାଗ ଏବଂ ସରକାରୀ ଅଭିଯୋଜକଙ୍କ ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା।

ପରିଶେଷରେ ଆବକାରୀ ଉପ-ଅଧୀକ୍ଷକ ଶ୍ରୀ ଧୀରେନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *