ବିଧାୟକ ଘରୁ ଯୁବତୀ ଉଦ୍ଧାର ଘଟଣା , ମୁହଁ ଖୋଲିବାକୁ ଅମଙ୍ଗ ବିଧାୟକ ।

  • ଅନୁଗୋଳ : ବିଧାୟକ ଙ୍କ ଘରୁ ଯୁବତୀ ଉଧାର ଘଟଣା କୁ ୭ ଦିନ  ବୀତି ଥିଲେ ବି ଏଯାଏ ଘଟଣା ରୁ ପରଦା ଉଠିନୀ । ବିଧାୟକଙ୍କୁ ବାହା ହେବି। ବିବାହ ନ ସରିବା ପର୍ଯ୍ୟନ୍ତ ଏ ଘରୁ ଯିବିନି ଏଭଳି କହି ଜଣେ ଯୁବତୀ ଅନୁଗୋଳ ଜିଲା  ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବାଲିପଶି ଗାଁରେ ଥିବା ଘରେ ପଶିଥିଲା । ଏହି ଘଟଣା ଜଣା ପଡିବା ପରେ ବିଧାୟକ ଥାନାରେ ଏତଲା ଦେବା ପରେ ପୁଲିସ  ଯୁବତୀଙ୍କୁ ସେଠାରୁ ଆଣି ଘରକୁ ପଠାଇ ଦେଇଥିଲା । ତେବେ ଘଟଣା ପରଠାରୁ ବିଧାୟକ ଗଣମାଧ୍ୟମ ଠାରୁ ନିଜକୁ ଦୂରେଇ ରଖୁଥିଲେ । ଏତେ ବଡ ଘଟଣା ଘ୍ତିଥିଲେ ବି ଏବେବି ବିଧାୟକ ଘଟଣା ବାବଦରେ କିମ୍ବା ଯୁବତୀ ଙ୍କ ବାବଦରେ କିଛି ବି ମୁହଁ ଖୋଲି ନାହାନ୍ତି । ବରଂ ଗଣ ମାଧ୍ୟମ ପଚାରିଥିବା ପ୍ରଶ୍ନ କୁ ଏଡାଇ ଯାଇଥିଲେ । କେବେଳ ସେ ଯାହା ଥାନାରେ FIR କରିଛନ୍ତି । ଆଉ ଘଟଣା ବାବଦରେ ସେକିଛି କହିବେ ନାହିଁ ବୋଲି ସିଧା ସିଧା କହିଛନ୍ତି ।

ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କି ମାରୁଛି ।ସତରେ କଣ ବିଧାୟକ ଙ୍କ ସହ ତାଙ୍କର କୌଣସି ସମ୍ପର୍କ ଅଛି ବୋଲି ଏବେ ଚର୍ଚା ହେଉଛି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଂଚଳର ଜଣେ ଯୁବତୀ ଗତ ଜାନୁୟାରୀ ୨୫ ତାରିଖରେ ପାଳଲହଡ଼‌ା ବିଧାୟକ ମୁକେଶ ପାଳଙ୍କ ବାସଭବନକୁ ଆସି ତାଙ୍କୁ ବିବାହ କରିବା ପାଇଁ ଅଡ଼ିବସିଥିଲେ। ଏହି ସମୟରେ ବିଧାୟକ ଘରେ ନ ଥିଲେ। ଅଧରାତି ପର୍ଯ୍ୟନ୍ତ ବିଧାୟକଙ୍କ ଘରେ ହାଇପ୍ରୋଫାଇଲ ଡ୍ରାମା ଚାଲିଥିଲାବେଳେ ପାଳଲହଡ଼ା ପୁଲିସ ବିଧାୟକଙ୍କ ଘରକୁ ଯାଇ ରାତି ଗୋଟାଏ ବେଳକୁ ଯୁବତୀଙ୍କୁ ଥାନାକୁ ଆଣିଥିଲେ। ଥାନାକୁ ଆସିବା ପରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ବିଧାୟକ ମୁକେଶ କୁମାର ପାଳଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି। ଏଥିନେଇ ତାଙ୍କ ମୋବାଇଲ ଫୋନ୍‌ରେ ପ୍ରମାଣ ମଧ୍ୟ ରହିଛି। ପୁଲିସ ଏହି ଅଭିଯୋଗକୁ ଗ୍ରହଣ କରିଛି। ପରେ ଯୁବତୀଜଣଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରେଉଧାର କରାଯାଇ ଥିଲା ।  

ଅପରପକ୍ଷରେ ବିଧାୟକ ଥାନାରେ ଅଭିଯୋଗ କରିଥିଲେ , ‘ଏହି ଯୁବତୀଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା। ସେ ବିଭିନ୍ନ ଚାପ ପକାଇ ମୋତେ ବିବାହ କରିବା ପାଇଁ ବାଧ୍ୟ କରିବା ସହ ମୋତେ ଧମକ ଦେଉଥିବା ବିଧାୟକ ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତି କରି ପା‌ଳଲହଡ଼ା ପୁଲିସ ୨୦/ ୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଚଳାଇଛି । ଏ ବାବଦରେ ପୋଲିସ ମଧ୍ୟ ପ୍ରତିକ୍ରିୟା ମିଳି ନାହିଁ

Leave a Reply

Your email address will not be published. Required fields are marked *