ଅନୁଗୋଳ ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆ ରେ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ DIG ସାର୍ଥକ ଷଢ଼ଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଓଡିଶା ପୋଲିସ ସବୁ କ୍ଷେତ୍ରରେ ରହି କାର୍ଯ୍ୟ କରି ଆସୁଛି । ବିଶେଷ କରି ପ୍ରାକୃତିକ ଦୁର୍ବିପାକ ଓ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ସମୟରେ ପୋଲିସ ଧାର୍ଯ୍ୟର ସହ କାର୍ଯ୍ୟ କରିବାକୁ ନେଇ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି । ଏହା ବ୍ୟତିତ କୋରନା ମହାମାରୀ ବେଳେ ମଧ୍ୟ ପୋଲିସ ସାହସ ଓ ଧର୍ଯ୍ୟ ର ନିଜର ଦାଇତ୍ୱ ସଂପାଦନ କରିଛି ଦାଇତ୍ୱ ଥିବା ବେଳେ ଅନୁଗୋଳ ଜିଲାର ଜଣେ ସବ ଇନ୍ସପେକ୍ଟର ମଧ୍ୟ ସହିଦ ହୋଇଛନ୍ତି । ତେଣୁ କୋରନା ମୁକାବିଲା ସମସ୍ତ ଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ବୋଲି ମୁଖ୍ୟ ଅତିଥି ମତ ରଖିଥିଲେ। ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । କାର୍ଯ୍ୟ କ୍ରମରେ ଅନୁଗୋଳ ଏସପି ଜଗମୋହନ ମିନା ଙ୍କ ସମେତ ବୋହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ ।ଏହି ଅବସରେ ଅନୁଗୋଳ ଜିଲା ପୋଲିସ ରେ କଯ୍ୟକରୁଥିବା ଶ୍ରେଷ୍ଠ ପୋଲିସ କର୍ମଚାରୀ ଓ ପ୍ଲାଜ୍ମା ଦାନ କରିଥିବା ପୋଲିସ କର୍ମଚାରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
Related Posts
୩୦ବର୍ଷ ପରେ ସାକାର ହେଲାକି ସ୍ଵପ୍ନ, ଏକା ସାଙ୍ଗେ ଜନ୍ମ ନେଲେ ୨୮ ଘଡିଆଳ ।
ଅନୁଗୋଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଆସିଲା ଖୁସି ଖବର । ଦୀର୍ଘ ୩୦ ବର୍ଷ ପରେ ପୁଣି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ।…
ଅନୁଗୋଳ-ତାଳଚେର ପୌରାଧକ୍ଷ ପଦ ଅଣ ସଂରକ୍ଷିତ, ଆଠମଲ୍ଲିକରେ ମହିଳା
ଅନୁଗୋଳ: ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ । ଅନୁଗୋଳ ଜିଲ୍ଲାର ଦୁଇଟି ପୌରପରିଷଦ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ…
ତାଳଚେର ଏମସିଏଲ ହସ୍ପିଟାଲ କୁ କୋଭିଡ ହସ୍ପିଟାଲ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ।
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଶ୍ରୀ ପ୍ରଧାନ ଚିଠି ରେ ଲେଖିଛନ୍ତି ବର୍ତମାନ ଭାରତ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ…