Homeସାହିତ୍ଯ||ପଣିକିଆ || ||ପଣିକିଆ || April 2, 2021April 6, 2021THE SWARA ପଣକିଆଜୀବନର ପଣକିଆ ଘୋଷୁଘୋଷୁପଣ ଭାଙ୍ଗି ଗଲାମିଶାଣ ଫେଡାଣର ପାଠ ସରିଛି କି ନାହିଁଗୁଣନର ଆବଶ୍ୟକତାରେହରଣର ପ୍ରାଦୁର୍ଭାବମଣିଷକୁ ଅଣନିଃଶ୍ବାସୀ କରିଭାଗଶେଷ ରଖିଦେଇ ଗଲା ।।ଜୀବନେ ଅନେକ ଶିକ୍ଷାମିଶାଣର ସଂଜ୍ଞା ନିଋପଣେ,କାମ କ୍ରୋଧ ମୋହ ମାୟାବିଯୋଗର ସନ୍ନିଧାନେ ।ପଣକିଆ ଗଣିତର ଗୁଣନଖନ୍ଦାରେଗୁଣିହୁଏ ଅପଯଶ ଆଉ ଅପମାନହରଣ କି ହରନ୍ତା ମୋ’ଦୁଃଖଯାତନାରେ ଉବୁଟୁବୁ ଦହେ ଏ ପରାଣ ।।କର୍ତ୍ତବ୍ୟ ବୋଧର ଅଙ୍କ ଲାଗେ ଆଜିଆହୁରି ଜଟିଳଧର୍ମ ନାମେ ସବୁଠିତ ଦେଖକ୍ରୁରତାର ଦୁର୍ବୋଧ କୁଟିଳଭାରୀ ପଲା ତଳକୁ ତଳକୁଉର୍ଦ୍ଧ୍ବମୁଖୀ ଚଢେ ସିନା ସିଡିବୁଡିଯାଏ ଜୀବନର ଡଙ୍ଗାମୁହଁ ମାଡି ପଡେ ମୁଁ କଚାଡି ।।ବଳ ନାହିଁ ବେଳ ନାହିଁପ୍ରଯୋଜନ ନାହିଁ ପଣକିଆ,ଗୁଣଫଳ ଯଦି ଦୁଃଖଯାତନାର ଭାଗଶେଷ ଏକା ମୋ’କାମନା ।ଜୀବନର ଅଙ୍କଯେବେଅଙ୍କା ବଙ୍କା ହୁଏ,କୁହ ବନ୍ଧୁ କେମିତି କଷିବିଭାଗଫଳ ଦୁଃଖନଦୀ ଟିଏ ।ଏମିତି ମୁଁ ନାଉରୀଟେ ଦୁର୍ବଳ ମୋ’ କାତର ଆହୁଲାପଣକିଆ ଘୋଷୁଘୋଷୁଉଡିଯାଉ ଜୀବନ ଧଜିଆ ।। © ଚତୁର୍ଭୁଜ ସାହୁ । ଓସ୍କାପାଲିରାଜକିଶୋର ନଗର , ଅନୁଗୋଳମୋ : ୭୯୭୮୬୯୪୫୧୬
ପ୍ରିୟ ପଖାଳ କଂସା ମାଆ ହାତରନ୍ଧା ବାସି ପଖାଳ କୁଶାଗଭଜା ,ବଡିଚୁରା ,ଦହି ପଖାଳକୁ ଆମ୍ବୁଲ ଠାକରାସୁଆଦ ଅଟେ ନିଆରା । ଓଡ଼ିଆଙ୍କ ପ୍ରିୟ ପଖାଳ କଂସା କୁସାରା ବିଶ୍ୱ ଝୁରୁଅଛି,ବାସିତୋରାଣି…
||ରଙ୍ଗ ର ଦୁଇଟି ସ୍କେଚ|| ଅଣୁକଥା-୧- ଯଦିଓ ଆଜି ହୋଲି ବୋଲି ଜାଣିଛି ରାଜୁ ତଥାପି ସବୁଦିନ ପରି ଆଜି ମଧ୍ୟ ବସ୍ତା ଟା କାଖରେ ଜାକି ବାହାରି ପଡ଼ିଲା ପ୍ଲାଷ୍ଟିକ ବୋତଲ…
ଓଡ଼ିଆ ବିଭାଗ ପକ୍ଷରୁ ଆଲୋଚନା ଚକ୍ର । ଅନୁଗୋଳ: ବଅଁରପାଳ ସ୍ଥିତ ପଞ୍ଚଗଡ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ‘ଆଧୁନିକବାଦ ଓ ଓଡ଼ିଆ କବିତା’ ଶୀର୍ଷକ ଏକ ଆଲୋଚନା ଚକ୍ର…