ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ବଜେଟ ଅଧିବେଶନ ରେ କଣ ରହିବ ଦାବି ସୂଚନ ଦେଲେ ଏମପି ।

ଅନୁଗୋଳ ଜିଲାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଭିଡିଓ କନ୍ଫରେସ ମଧ୍ୟରେ କଥା ହେଲେ MP ମହେଶ ସାହୁ । ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ଅନୁଗୋଳ ଜିଲାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଏଥର ର ବଜେଟ ଅଧିବେଶନ ରେ କେଉଁ କେଉଁ ପ୍ରସଙ୍ଗ ରେ ଆଲୋଚନା କରିବେ ଓ ଜିଲା ପାଇଁ ଥିବା ଆବଶ୍ୟକତା ପୂରଣ ଦିଗରେ କଣ ପଦକ୍ଷେପ ନେବେ ସେ ନେଇ ଆଲୋଚନା କରିଛନ୍ତି।

ବିଶେଷ କରି ତାଳଚେର ଅନୁଗୋଳ ରେଲୱେ ଲୁପ ଲାଇନ , ତାଳଚେର ବିମଳ ବେଡା ରେଲୱେ ଲାଇନ ସମେତ ଶିଳ୍ପ ସଂସ୍ଥା ମାନଙ୍କରେ ସ୍ଥାନୀୟ ଯୁବକ ଯୁବତୀ ଙ୍କ ନିଯୁକ୍ତି ସମ୍ପର୍କରେ ଦାବି ଉପସ୍ଥାପନ କରିବେ ବୋଲି ମହେଶ ଆଲୋଚନା ରେ କହିଛନ୍ତି।ଏତତ୍ ବ୍ୟତିତ ଆଗାମୀ ଦିନରେ ଯେଉଁ ସବୁ କାରଖାନା ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ସେ କରଖାନ ରେ କିଭଳି ସ୍ଥାନୀୟ ଯୁବକ ଯୁବତୀ ମନକୁ ନିଯୁକ୍ତି ମିଳିବ ସେ ନେଇ ମଧ୍ୟ ଆଲୋଚନା କରିବେ ବୋଲି ମହେଶ ସୂଚନା ଦେଇଛନ୍ତି। ଏହା ଛଡା ଜିଲାର ଉପାନ୍ତ ଇଲାକା ବଲଙ୍ଗ ଠାରେ ଏକା ମୋବାଇଲ ଟାୱାର ନିର୍ମାଣ ପାଇଁ ଦାବି ଉଠାଇ ଛନ୍ତି ବୋଲି ମହେଶ ଗଣମାଧ୍ୟମ କୁ କହିଛନ୍ତି

Leave a Reply

Your email address will not be published. Required fields are marked *