Homeଓଡିଶାପୁଣିଥରେ ସୋନା ମହାପାତ୍ର ଗାଇଲେ ‘ଆହେ ନୀଳ ଶଇଳ’ । ପୁଣିଥରେ ସୋନା ମହାପାତ୍ର ଗାଇଲେ ‘ଆହେ ନୀଳ ଶଇଳ’ । May 27, 2021May 27, 2021THE SWARA ସ୍ଵର ବ୍ୟୁରୋ: ‘ଆହେ ନୀଳ ଶଇଳ’ ଭଜନ ଗାଇଛନ୍ତି ଗାୟିକା ସୋନା ମହାପାତ୍ର । ତେବେ ସେ ଏହି ସଂଗୀତକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରାୟ ଦୁଇବର୍ଷ ତଳେ ସୋନା ମାହାପାତ୍ର ସାଲବେଗଙ୍କ ଦ୍ୱାରା ରଚିତ ଏହି ‘ଆହେ ନୀଳ ଶଇଳ ଭଜନ’ ଗାଇ ଚର୍ଚ୍ଚାକୁ ଆସିଥିଲେ । ଏହି ଭଜନକୁ ରିଲିଜ କରିବା ସହ ସେ କହିଛନ୍ତି ଏହି ଭଜନ ପ୍ରସ୍ତୁତ କରିବା ପାଇଁ ଦୀର୍ଘ ୭୨ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ମୋର ସବୁଠାରୁ ସୁନ୍ଦର ସଂଗୀତକୁ ଉପଭୋଗ କରନ୍ତୁ । ଏହା ମୋ ହୃଦୟକୁ ଶ୍ରଦ୍ଧାରେ ପରିପୂର୍ଣ୍ଣ କରିଦେଇଛି । ୧୭ ତମ ଶତାବ୍ଦୀର ଏହି କ୍ଲାସିକ ଭଜନର ଆଧୁନିକ ସଂସ୍କରଣ ସେହିମାନଙ୍କ ପାଇଁ ଉତ୍ସର୍ଗ ଯେଉଁମାନେ ଏହି କଠିନ ସମୟରେ ଜୀବନ ବଞ୍ଚାଇବାରେ ସାହାଯ୍ୟ କରୁଛନ୍ତି । ଏହି ପ୍ରାର୍ଥନା ସେମାନଙ୍କୁ ଏହି କଠିନ ସମୟରେ ଶାନ୍ତି ଏବଂ ଶକ୍ତି ପ୍ରଦାନ କରିପାରିବ । ସୂଚନାଯୋଗ୍ୟ, ସୋନା ୨୦୧୮ ମସିହାରେ ଆହେ ନୀଳ ଶଇଳ ଭଜନ ଗାଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । Advertisement
ଜୋରନ୍ଦା ରେ 5ଟି ସଚିବ,କହିଲେ ଦେଶ ଓ ରାଜ୍ୟର ମହିମା ଗାଦି ସମୂହର ହେବ ଊର୍ଣ୍ଣତି କରଣ। ଢେଙ୍କାନାଳ : ଢେଙ୍କାନାଳ ଗଁଦିଆ ବ୍ଲକର ଯୋରନ୍ଦା ମହିମାଗାଦିରେ ୫ଟି ସଚିବ ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ପରେ ଆଜି ଯୋରନ୍ଦା ଗସ୍ତ କରି…
ଯୁବପିଢିଙ୍କ ବଢୁଛି ଉତ୍ସାହ । ଅନୁଗୋଳ ରେ ଆରମ୍ଭ 18 ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଟିକାକରଣ । ଅନୁଗୋଳ: ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ପ୍ରାୟ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଭିନ୍ନ କଟକଣା…
ଅସୁରକ୍ଷିତ ସାତକୋସିଆ ଅଭୟାରଣ୍ୟ: ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡ଼ି ଦନ୍ତାହାତୀ ମୃତ୍ୟୁ ଅନୁଗୋଳ: ଅନୁଗୋଳ ଜିଲ୍ଲା ସାତକୋସିଆ ବନ୍ୟପ୍ରାଣୀ ବନଖଣ୍ଡର ଜଗନ୍ନାଥପୁର ଆମ୍ବବଗିଚାରେ ଦନ୍ତାହାତୀର ମୃତ୍ୟୁ। ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଜଣାପଡ଼ିଛି । ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁ ନିକଟକୁ…