Homeଓଡିଶାରାଜ୍ୟରେ ତିନି ମାସର ବସ ଟିକସ ଛାଡ କଲେ ରାଜ୍ୟ ସରକାର । ରାଜ୍ୟରେ ତିନି ମାସର ବସ ଟିକସ ଛାଡ କଲେ ରାଜ୍ୟ ସରକାର । July 15, 2021July 15, 2021THE SWARA ଭୁବନେଶ୍ୱର: ବସ ମାଲିକଙ୍କ ପାଇଁ ଖୁସିଖବର । ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କଲେ ସରକାର । କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ । ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ବସ୍ ଉପରୁ ଛାଡ଼ ହୋଇଛି ୩ମାସର ପରିବହନ ଟିକସ। କରୋନା ଦ୍ବିତୀୟ ଲହରରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ବସ୍ ଚଳାଚଳରେ ସମସ୍ୟା ହେଉଥିଲା। ଫଳରେ କ୍ଷତି ସହିଥିଲେ ବସ ମାଲିକ । ତେଣୁ ଏପ୍ରିଲ, ମେ ଓ ଜୁନ ମାସ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ବସ ମାଲିକ ସଂଘ ଏନେଇ ସରକାରଙ୍କୁ ନିବେଦନ କରିଥିଲେ । ଏହା ପରେ ଆଜି ପରିବହନ ଟିକସ ଛାଡ କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ଟିକସ ଛାଡ଼ କରାଯାଇଛି । Advertisement
୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା ;ୟେଲୋଓ୍ଵାର୍ଣ୍ଣିଂ ଜାରି। ଭୁବନେଶ୍ୱର: ମୌସୁମୀର ନିମ୍ନ ଚାପ-ରେଖା ଆଜି (ଶୁକ୍ରବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ଯାହାର ପ୍ରଭାବ ପାଇଁ…
ସିବିଏସଇ ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓ.ପି. ଜିନ୍ଦଲ ସ୍କୁଲ ଛାତ୍ର ଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଅନୁଗୋଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲଚଳିତ ବର୍ଷ ଶୈକ୍ଷିକ ଉପଲବଧି କ୍ଷେତ୍ରରେ ଆଉ ଏକ କୀର୍ତି ସ୍ତମ୍ଭ ହାସଲ କରିଅଛି l ଏହି ସ୍କୁଲର ଛାତ୍ର ଛାତ୍ରୀମାନେଚଳିତ…
୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ସ୍ଵର ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ । ୪ ଲକ୍ଷ ଟଙ୍କାର ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…