ବର୍ଷା ବିତ୍ପାତ ପରେ ଅନୁଗୋଳ ରେ ମାଛ କିଲୋ ୫୦ ଟଙ୍କା ।

କାହାର ପୁଷ ମାସ ତ କାହାର ସର୍ବନାଶ । ଆଜି ଏଭଳି ଘଟଣା ସାମ୍ନା କୁ ଆସିଛି। ବର୍ଷା ର ବିତ୍ପାତ ଅନେକ ଙ୍କୁ ଦୁଃଖ ଦେଇ ଯାଇଛି। କାହାର ଫସଲ ଉଜୁଡି ଯାଇଛି ତ କାହାର ଘର ଭାଙ୍ଗି ଯାଇଛି। ହୋଇଥିବା ଲଘୁଚାପ ଜନିତ ପ୍ରବାଳ ବର୍ଷା ରେ ଅନୁଗୋଳ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକେ ବେ ଘର ହୋଇ ଛନ୍ତି। ଏଭଳି ସ୍ଥିତିତର ଅନେକ ଲୋକ ବର୍ଷା ପାଣି ଛାଡିବା ପରେ ଏବେ ତାର ମଜା ନେଉଛନ୍ତି। ଆଜି ସହ ସହ ଲୋକ ଏକ ନାଳ ରେ ମାଛ ମାରୁଥିବା ର ଚିତ୍ର ସାମ୍ନା କୁ ଆସିଛି । ଅନୁଗୋଳ ଜିଲାର ଛେଳିଆ ପଡା ନିକଟରେ ବହି ଯାଇଥିବା ଲିଙ୍ଗିରା ନାଳରେ ସହ ସହ ଲୋକେ ମସାରି ସାହଯ୍ୟ ରେ  ମାଛ ଧରୁଥିବା ଚିତ୍ର ସାମ୍ନା କି ଆସିଛି । ଗତ କାଲି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥିଲା ।ଆଜି  ତାହା ଛାଡିଯିବା ପରେ ଲୋକେ ମାଛ ଧରିବାରେ ଲାଗି ପଡିଛନ୍ତି।କିଏ ବିପତ୍ତି ଭିତରେ ଛଟ ପଟ ହେଉଥିବା ବେଳେ ଏଠି ମାଛ ଧରୁ ଥିବାର ଚିତ୍ର କୋଉଠି ନା କୋଉଠି ଏ କଥା କୁ ପ୍ରମାଣ କରୁଛି କାହାର ପୁଷ ମାସ ତ କାହାର ସର୍ବ ନାଶ ।

ଦେଖନ୍ତୁ ଭିଡିଓ

Leave a Reply

Your email address will not be published. Required fields are marked *