ଅନୁଗୋଳ : ଅନୁଗୋଳ ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତର ଖାନା କ୍ୱାଟର ଭଙ୍ଗା ବେଳେ କୋଟି କୋଟି ଟଙ୍କାର ମେଡ଼ିସିନ ମେଡ଼ିସିନ ବାହାରିବା କୁ ନେଇ ପ୍ରଶ୍ନ ଉଠାଇଛି ଅନୁଗୋଳ ଜିଲା କଂଗ୍ରେସ । ଜିଲା ଓବିଷୀ ସେଲ ସଭାପତି ଜିତେନ୍ଦ୍ର ସାହୁ ଘଟଣା ବାଦରେ ଜାଣିବା ପରେ ନିଜେ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ରେ ଘଟଣା ତଦନ୍ତ ଦାବି କରିଛନ୍ତି । ଘଟଣାରେ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।
ଲୋକଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଆଇରନ ଏବଂ ଭିଟାମିନ ସିରପ କୁ ଲୋକଙ୍କୁ ନ ଦେଇ କ୍ଵାଟର ମଧ୍ୟରେ ରାଖୀ ଫିଙ୍ଗିବା ଘଟଣା କୁ ଦଳ ନିନ୍ଦା କରିବା ସହ ଏହାର ପରିଚାଳନା ରେ ଥିବା ଅଧିକାରୀ ଙ୍କୁ ଦାୟୀ କରିଛି । ଜିଲା କଂଗ୍ରେସ ଭବନରେ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନି ରେ ଏହାକୁ ନିନ୍ଦା କରିବା ସହ ଉପରେ ପ୍ରଶ୍ନ କରିଛି ଦଳ । ଆସନ୍ତା ତିନି ଦିନ ମଧ୍ୟରେ ଏହାର ତଦନ୍ତ ନହେଲେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦିଆଯାଇଛି।ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଧର୍ମେନ୍ଦ୍ର ମିଶ୍ର,ନୀଳକଣ୍ଠ ନାୟକ,ଅମୁଲ୍ୟ ବେହେରା,ଗୋପାଳ ନାଥ ପ୍ରମୁଖ ଉପସ୍ଥିତ ଥିଲେ