ଅନୁଗୋଳ ରେ SBI ଖୋଲିଲା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ।

ଅନୁଗୋଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଗାନ୍ଧି ମାର୍ଗ ଶିମିଳିପଡ଼ାଠାରେ ଏସ୍‌ବିଆଇ ପକ୍ଷରୁ ଖୁଚୁରା ସମ୍ପତ୍ତି ଓ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏସ୍‌ବିଆଇ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ବିଦ୍ୟା କ୍ରିଷ୍ଣନ ମୁଖ୍ୟଅତିଥ୍ ଭାବେ ଯୋଗ ଦେଇ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍‌ବିଆଇ ମହାପ୍ରବନ୍ଧକ ଅଭୟ କିଶୋର ପାଣ୍ଡେ, ଆଞ୍ଚଳିକ ଶାଖା ପରିଚାଳକ ପ୍ରମୋଦ କୁମାର ପ୍ରଧାନ, ଶାଖା ସହାୟକ ମହାପ୍ରବନ୍ଧକ ଆଶିଷ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Advertisement

ଅତିଥି ମାନେ କହିଥିଲେ ଗ୍ରାହକମାନେ ଯେକୌଣସି ସୁବିଧା ଅସୁବିଧାରେ ଶାଖା କେନ୍ଦ୍ରର ସହାୟତା ଲୋଡ଼ିପାରିବେ। ଆଜି ପ୍ରଥମ ଦିନରେ ଶାଖା ମାଧ୍ୟମରେ ମୋଟ ୧.୩୫ କୋଟିର ଋଣ ମଞ୍ଜୁର କରାଯାଇଛି। ଗ୍ରାହକମାନଙ୍କ ସୁବିଧା ପାଇଁ ଅନୁଗୁଳ ଆଖପାଖ ଅଞ୍ଚଳ ଯଥା ଅନୁଗୁଳ, ତାଳଚେର, ସରାଙ୍ଗ, ହିନ୍ଦୋଳ, ବନ୍ତଳା, ବଇଣ୍ଡା ଆଦି ଅଞ୍ଚଳର ମୋଟ ୧୯ଟି ଶାଖାର ଋଣ ମଞ୍ଜୁର କାର୍ଯ୍ୟ ଏହି କେନ୍ଦ୍ର ମାଧ୍ୟମରେ କରାଯିବ ବୋଲି ଶାଖା ପରିଚାଳକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଗ୍ରାହକମାନେ ଗୃହ ଋଣ, ଶିକ୍ଷା ଋଣ, ବ୍ୟବସାୟିକ ଋଣ ସହଜରେ ପ୍ରତ୍ୟକ୍ଷ ଭାବେ କିମ୍ବା ବିନା ଶାଖା ମାଧ୍ୟମରେ ପାଇପାରିବେ ।

Leave a Reply

Your email address will not be published. Required fields are marked *