୪ ମାସର ହାତୀ ଛୁଆ କୁ ମାରି ଖାଇଗଲା ମହାବଳ ।

ମୟୂରଭଞ୍ଜ : ମହାବଳ ବାଘ ଆକ୍ରମଣରେ ହାତୀ ଛୁଆର ମୃତ୍ୟୁ। ବାଘ ଆକ୍ରମରେ ଏକ  4 ମାସର ହାତୀ ଛୁଆର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ କୁଞ୍ଜକଚା ଗାଁ ନିକଟସ୍ଥ ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ।ବନବିଭାଗର ସୂଚନା ଅନୁଯାୟୀ, କୁଞ୍ଜକଚା ଗ୍ରାମ ନିକଟସ୍ଥ ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ ଏକ ହାତୀପଲ କିଛିଦିନ ହେବ ଡେରା ପକାଇଥିଲେ। ଗତ ୧୩ ତାରିଖ ରାତିରେ ହାତୀ ଛୁଆକୁ ଏକ ମହାବଳ ବାଘ ଆକ୍ରମଣ କରି ମାରି ଦେଇଥିଲା।ମହାବଳ ବାଘଟି ହାତୀ ଛୁଆକୁ ପଛପଟୁ ଆକ୍ରମଣ କରିବା ସହିତ ଶୁଣ୍ଢକୁ ଖାଇଦେଇ ଥିବା ଜଣାପଡିଛି । କିନ୍ତୁ ହାତୀପଲର ପାଲଟା ଆକ୍ରମଣରେ ମହାବଳ ବାଘଟି ପଳାଇ ଯାଇଥିଲା। ମୃତ ହାତୀ ଛୁଆର ଦୁର୍ଗନ୍ଧ ପାଇଁ ଗ୍ରାମବାସୀ ବନବିଭାଗକୁ ଜଣାଇ ଥିଲେ।ଆଜି(ସୋମବାର) ବିଶୋଇ ରେଞ୍ଜ ଅଫିସର ଓ ଅନ୍ୟ ବନବିଭାଗ କର୍ମଚାରୀମାନେ ମୃତ ହାତୀ ଶାବକର ସନ୍ଧାନ ପାଇ ବ୍ୟବଚ୍ଛେଦ କରିଥିଲେ। ପରେ ମାଟିରେ ପୋତି ଦେଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ବାଘ ଭୟରେ ଗ୍ରାମବାସୀ ଆତଙ୍କିତ ରହିଥିବା ବେଳେ ବନବିଭାଗ ଏଯାଁଏ ବାଘକୁ ଠାବ କରି ପାରିନାହିଁ। ସେପଟେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବ୍ଲକ ଖଡ଼ମବେଡା ପଞ୍ଚାୟତର ଦ୍ୱାରଶୁଣି ବୁଢ଼ାପାହାଡ଼ ଅଞ୍ଚଳରେ ଏକ କଲରାପତରିଆ ବାଘ ୪ ଟି ଗୋରୁକୁ ମାରି ଖାଇଦେଇଥିଲା। ଏହି ଘଟଣାର ୨ ଦିନ ନ ପୁରୁଣୁ ବନଖଣ୍ଡ ଅଞ୍ଚଳରେ ଏଭଳି ଏକ ଘଟଣା

Leave a Reply

Your email address will not be published. Required fields are marked *