ଭୁବନେଶ୍ଵର: ଆସନ୍ତା ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ । ଏହି ଅବସରରେ ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ବିତ୍ତୀୟ ସଂସ୍ଥା ଗୁଡ଼ିକୁ ନୂଆଖାଇ ଦିନ ବନ୍ଦ ରଖିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।
![](http://theswara.in/wp-content/uploads/2022/08/FbVBBsQaAAAmHho-1024x810.jpg)
ନୂଆଖାଇ ପାଇଁ ଏବେ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ବିଗତ ୨ ଥର କୋଭିଡ ପାଇଁ ନୂଆଖାଇ ଘର ଭିତରେ ସୀମିତ ଥିଲା। ନୂଆଖାଇ ଭେଟ୍ଘାଟ କାର୍ଯ୍ୟକ୍ରମ ଉପରେ ବାରଣ ଥିଲା। ଘରଠାରୁ ବହୁଦୂରରେ ରହୁଥିବା ପଶ୍ଚିମ ଓଡ଼ିଶାର ଅନେକ ଲୋକ ଜନ୍ମମାଟିକୁ ପହଞ୍ଚି ପାରି ନଥିଲେ। ଏଥର କିନ୍ତୁ କୋଭିଡ କଟକଣା ନ ଥିବାରୁ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶାର ଲୋକେ ଘରକୁ ଆସିବା ଆରମ୍ଭ କରି ଦେଇଛନ୍ତି।