ବଜ୍ରପାତ ଘଟି ଜଣେ ମୃତ ଅନ୍ୟଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ତର ଆହତ ହୋଇଛନ୍ତି । ଘଟଣା ଘଟିଛି ଜିଲ୍ଲାର  ବଲଙ୍ଗ ଗାଁରେ । ମୃତକ ଜଣଙ୍କ ହେଲେ ଗାଁ ର ପ୍ରଭାକର ଦେହୁରୀ ଓ ଗୁରୁତର ଜଣଙ୍କ ହେଲେ ଦେବରାଜ ଦେହୁରୀ ।

ସୂଚନାନୁସାରେ ପ୍ରଭାକର ଓ ଦେବରାଜ ଗାଈ ଚରାଇ ଅପରାହ୍ନରେ ଘରକୁ ଫେରୁଥିଲେ । ଦୁହେଁ ଗାଁ ପାଖରେ ପହଞ୍ଚିଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବରାଜ ଗୁରୁତର ହୋଇ ପଡି ରହିଥିଲେ । ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରଭାକରଙ୍କୁ ମୃତ ଘୋଷଣା କରିଥିବା ବେଳେ ଦେବରାଜଙ୍କ ଅବସ୍ଥା ଏବେବି ସଙ୍କଟାପର୍ଣ୍ଣ ଅଛି ।

Leave a Reply

Your email address will not be published. Required fields are marked *