Homeଆଞ୍ଚଳିକବଜ୍ରପାତ ଘଟି ଜଣେ ମୃତ ଅନ୍ୟଜଣେ ଗୁରୁତର ବଜ୍ରପାତ ଘଟି ଜଣେ ମୃତ ଅନ୍ୟଜଣେ ଗୁରୁତର September 18, 2022September 18, 2022THE SWARA ଅନୁଗୋଳ: ଅନୁଗୋଳ ଜିଲ୍ଲା ରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ତର ଆହତ ହୋଇଛନ୍ତି । ଘଟଣା ଘଟିଛି ଜିଲ୍ଲାର ବଲଙ୍ଗ ଗାଁରେ । ମୃତକ ଜଣଙ୍କ ହେଲେ ଗାଁ ର ପ୍ରଭାକର ଦେହୁରୀ ଓ ଗୁରୁତର ଜଣଙ୍କ ହେଲେ ଦେବରାଜ ଦେହୁରୀ । ସୂଚନାନୁସାରେ ପ୍ରଭାକର ଓ ଦେବରାଜ ଗାଈ ଚରାଇ ଅପରାହ୍ନରେ ଘରକୁ ଫେରୁଥିଲେ । ଦୁହେଁ ଗାଁ ପାଖରେ ପହଞ୍ଚିଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବରାଜ ଗୁରୁତର ହୋଇ ପଡି ରହିଥିଲେ । ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରଭାକରଙ୍କୁ ମୃତ ଘୋଷଣା କରିଥିବା ବେଳେ ଦେବରାଜଙ୍କ ଅବସ୍ଥା ଏବେବି ସଙ୍କଟାପର୍ଣ୍ଣ ଅଛି । Advertisement
ସ୍ଥାୟୀ ନିଯୁକ୍ତି ଦାବିରେ କଳା ବ୍ୟାଚ ପିନ୍ଧିଲେ ରକ୍ତ ଭଣ୍ଡାର କର୍ମଚାରୀ ଅନୁଗୋଳ: ସ୍ଥାୟୀ ନିଯୁକ୍ତି ଦାବିରେ କଳା ବ୍ୟାଚ ପିନ୍ଧି ରକ୍ତ ଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ । ଶୁକ୍ରବାରଠୁ ସାତ ଦିନ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ବ୍ଲଡ…
ଟାଇକୋଣ୍ଡ ବଢାଏ ସେଲ୍ଫକନଫିଡେନ୍ସ,ବାର୍ଷିକ ପରୀକ୍ଷାରେ କଲର ବେଲ୍ଟ ପାଇଲେ ୫୦ ପ୍ରତିଯୋଗୀ । ଅନୁଗୋଳ ଟାଇକୋଣ୍ଡୋ ଆସୋସିଏସନ ତରଫରୁ ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳ ଷ୍ଟାଡିଅମ ପଡିଆ ଠାରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରାୟ…
ଦେବଭୂମିରେ ରଥ ଯାତ୍ରା, ଜଗନ୍ନାଥ ମୟ ହେଲା ଜିନ୍ଦଲ ନଗର। ଅନୁଗୋଳ : ଦେବଭୂମି ଜିନ୍ଦଲନଗର ରେ ପବିତ୍ର ଘୋଷଯାତ୍ରା ଉତ୍ସାହ ଓ ଆବେଗପୂର୍ଣ୍ଣ ବାତାବରଣ ମଧ୍ୟରେ ଆରମ୍ଭ ହୋଇଚି। ଆଜିର ଏହି ଘୋଷ ଯାତ୍ରା ଦେଖିବାକୁ ଆଖପାଖ…