ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତ୍ତର

ଅନୁଗୋଳ: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଭାଲୁ ଆକ୍ରମଣ କରି ବୃଦ୍ଧାଙ୍କ ହାତ ଛିଡାଇ ଦେଇଥିବା ବେଳେ ଏବେ ସେ ଗୁରୁତ୍ତର ଅଛନ୍ତି । ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଖମାର ରେଞ୍ଜ୍‌ ସହରଗୁରୁଜାଙ୍ଗ ସେକ୍ସନ ମାଙ୍କଡ଼ଚୁଆ  ଗାଁ ରେ । ଗାଁ ର ସରସ୍ବତୀ ବେହେରା ଙ୍କୁ ଭାଲୁ ଆକ୍ରମଣ କରି ତାଙ୍କ ହାତ ଛିଡାଇ ଦେଇଛି ।

ସରସ୍ବତୀ ରବିବାରଦିନ ରେଙ୍ଗାଳି ଜଳ ଭଣ୍ତାର ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ। ପତ୍ର ତୋଳିବା ସମୟରେ ଏକ ମାଈ ଭାଲୁ ଓ ତାର ଦୁଇଟିଛୁଆ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଡାହାଣ ହାତକୁ କାମୁଡ଼ି ଛିଣ୍ତାଇ ଦେଇଥିବାବେଳେ ଦେହସାରା କ୍ଷତବିକ୍ଷତ କରିଦେଇଥିଲେ। ସରସ୍ବତୀ ଚିତ୍କାର କରିଥିଲେ। ନିକଟରେ ଥିବା ଗ୍ରାମବାସୀ ପହଞ୍ଚି ଭାଲୁଙ୍କୁ ତଡ଼ିବା ସହ ତାଙ୍କୁ ଉଦ୍ଧାର କରିଥିଲେ। ସରସ୍ବତୀଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ‌ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *