ମୃଦଙ୍ଗ ବଜାଇ ଲୋକଙ୍କ ସହ ମିଶି ନାମ ସଂକୀର୍ତ୍ତନ କଲେ ବିଧାୟକ.

ଅନୁଗୋଳ: ଅନୁଗୋଳ  ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶିବରାତ୍ରି ଉପଲକ୍ଷେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଶିବ ମନ୍ଦିର ପରିଦର୍ଶନ କରି ନିଜେ ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନ କରିଥିଲେ। ତୁରୁଡା ଗ୍ରାମରେ ପହଂଚି ବିଧାୟକ ଚାଲିଥିବା ନାମ ସଙ୍କୀର୍ତ୍ତନରେ ସାମିଲ୍ ହୋଇଥିଲେ ଏବଂ ନିଜେ ଖୋଳ ବଜାଇ ସଙ୍ଗୀତର ତାଳେ ତାଳେ ଗୀତ ବୋଲିବା ସହ ବାଜା ବଜାଇ ଥିଲେ। ଦୀର୍ଘ ସମୟ ଧରି ଲୋକଙ୍କ ଗହଣରେ ରହି ନିଜକୁ ହଜାଇ ଦେଇଥିଲେ। ଜଣେ ବିଧାୟକ ଭାବେ ତାଙ୍କ ମନରେ କୌଣସି ପ୍ରକାର ଉଚ୍ଚନୀଚର ଭାବନା ଆଦୌ ପରିଲକ୍ଷିତ ହେଉ ନଥିଲା। ତାଙ୍କର ଏଭଳି ସରଳ ସ୍ଵଭାଵ ଯୋଗୁ ସେ ଲୋକଙ୍କ ମଧ୍ୟରେ ଆଦୃତ ହୋଇଥିଲେ।

ବିଧାୟକଙ୍କ ଏପରି ପ୍ରୟାସ ନାମ ସଙ୍କୀର୍ତ୍ତନ ଠାରୁ ଦୁରେଇ ଯାଉଥିବା ଆଧୁନିକ ଯୁଗର ପିଲାଙ୍କ ପାଇଁ ସଚେତନତାର ବାର୍ତ୍ତା ଦେଉଛି। ନାମ ସଙ୍କୀର୍ତ୍ତନ ଓ ବିଭିନ୍ନ ଲୋକ କଳାକୁ ଜିବିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ବିଧାୟକ ପାଣ୍ଠିରୁ ଅନୁଦାନ ଯୋଗାଇ ଦେଉଛନ୍ତି ରମେଶ ଚନ୍ଦ୍ର ସାଏ ଏବଂ ଯେଉଁ ଗ୍ରାମରେ ପାଣ୍ଠି ପହଂଚି ପାରିନାହିଁ ଆଗାମୀ ଦିନରେ ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏ ।

Leave a Reply

Your email address will not be published. Required fields are marked *