ଅନୁଗୋଳ : ଗତ ୦୩ ତାରିଖ ଶନିବାର ଦିନ ଟିପିସିଓଡିଏଲ ଅନୁଗୋଳ ବିଦ୍ୟୁତ ଡିଭିଜନ ପକ୍ଷରୁ ଇଣ୍ଡିଆନ ରେଡ କ୍ରସ ସୋସାଇଟି ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଅନୁଗୋଳ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁବ୍ରତ ସାହୁଙ୍କ ଓ ଶ୍ରୀ ପ୍ରଦୀପ ଘୋସାଲ, ଟିପିସିଓଡିଏଲ ସୀ.ଏ.ଆର ମୁଖ୍ୟଙ୍କ ନେତୃତ୍ୱରେ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ଏହି ଶିବବିର ଆୟୋଜିଟିଟିଟି ହୋଇଥିଲା | ଏଥିରେ ୭୫ରୁ ଉର୍ଧ କର୍ମଚାରୀ ଓ ପରିବାରବର୍ଗ ସ୍ବେଛାକୃତ ଭାବେ ରକ୍ତଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଦୀପ ଘୋସାଲ, ଟିପିସିଓଡିଏଲ ସୀ.ଏ.ଆର ମୁଖ୍ୟ ଯୋଗଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ୩ ସଡ଼ିଓ, ସୀଏସମ ,ଏମବିସି ଓ ସୀ.ଏ.ଆର ଓ ସମସ୍ତ କର୍ମଚାରୀ ଙ୍କ ପ୍ରମୁଖ ଅବଦାନ ଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଓ ଆହତଙ୍କ ସୁସ୍ଥ ହେବା ନିମନ୍ତେ ସମସ୍ତଙ୍କ ଦ୍ୱାରା ପ୍ରାର୍ଥନା କରାଯାଇଥିଲା ।।