ଦଶମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଆୟୋଜିତ


ଅନୁଗୋଳ: ଆଜି  ୧୦ତମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ମା ବାସନ୍ତୀ ଦୁର୍ଗା ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଅଛି।ଉକ୍ତ ପରୀକ୍ଷା ଶିବିର ରେ ମୁଖ୍ୟ ଅତିଥି ଅନୁଗୋଳ ଟାଉନ୍ ଥାନା ଅଧିକାରୀ ପ୍ରକାଶଚନ୍ଦ୍ର ମାଝି ଯୋଗ ଦେଇ ତାଇକଣ୍ଡୋ ଛାତ୍ର ଛାତ୍ରୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ ଓ ଆଜିର ସମାଜରେ ତାଇକୋଣ୍ଡୋ ଖେଳ ନାରୀମାନଙ୍କ ପ୍ରତି ଗୁରୁତ୍ୱ ପୂର୍ଣ୍ଣ ବୋଲି ପ୍ରକାଶ କହିଥିଲେ, ତତ୍ ସହିତ ନିଜକୁ ସୁସ୍ଥ ଓ ନିରୋଗ ରହିବା ପାଇଁ ତାଇକୋଣ୍ଡୋ ଖେଳ ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।

Advertisement

ଅନ୍ୟତମ ଅତିଥି ବରିଷ୍ଠ ଆଇନ୍ ଜିବୀ ଓ ସଂଘର ଉପଦେଷ୍ଟା ପ୍ରଦୀପ କୁମାର ଦେଵତା ଛାତ୍ର ଛାତ୍ରୀ ମାନେ ରାଜ୍ଯ ଓ ଜାତୀୟ ସ୍ତରରେ ସୁନାମ ଆଣିବାକୁ ପ୍ରେରଣା ଦେଇଥିଲେ ଅନ୍ୟତମ ଅତିଥି ଭାବେ ଜିଲ୍ଳା କ୍ରୀଡ଼ା ସଂସଦ ର ସଦସ୍ୟ ରୁଚିର କୁମାର ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ, ଉକ୍ତ ପରୀକ୍ଷା ଶିବିର ରେ ୪୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ, ରାଜ୍ଯ ଓ ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପଦକ ଓ ମାନପତ୍ର ପ୍ରଦାନ କରିଥିଲେ, ଉକ୍ତ ପରୀକ୍ଷା ଶିବିର ଅନୁଗୋଳ ତାଇକୋଣ୍ଡୋ ସଂଘ ଅନୁଗୋଳ ର ପ୍ରତିଷ୍ଠାତା ଓ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥଲା, ଉକ୍ତ ପରୀକ୍ଷା ଶିବିର କୁ ଶ୍ରୀୟାଶ୍ରୀ ପ୍ରଧାନ, କାବ୍ୟା ଦାସ, ଓ ମନୀଷା ଦେହୁରୀ ସାହାଯ୍ଯ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *