ଅନୁଗୋଳ: ଅନୁଗୋଳ ଜିଲ୍ଲା ଥିବା ଇକଙ୍କରବନ୍ଦ ଗ୍ରାମ ରେ କେନ୍ଦ୍ର ସରକାର ଙ୍କ କୌଶଳ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନ ଜନ ଶିକ୍ଷଣ ସଂସ୍ଥାନର ଅନୁଗୋଳ ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡା ଙ୍କ ନେତୃତ୍ବରେ ବିଶ୍ଵ ଶିଶୁ ଶ୍ରମ ନିଷେଧ ଦିବସ ଅବସରରେ ରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଅଛି. ଏଥି ରେ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଉପସ୍ଥିତ ରହି ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଶିଶୁ ଶ୍ରମଦାନ କୁ ବିରୋଧ କରିବା ସହ ପ୍ରତି ଟି ଶିଶୁ ଙ୍କୁ ବିଦ୍ୟାଳୟ ରେ ପାଠ ପଢାଇବା ଅଗ୍ରସର ହୁଅନ୍ତୁ, ଗରିବୀ ଅଶିକ୍ଷିତ ଏବଂ ସଚେତନତା ଅଭାବ ଯୋଗୁଁ ଆଜି ଅନେକ ଶିଶୁ ନିଜର ଶୈଶବ ହରାଉ ଅଛନ୍ତି. ଏହି ସମସ୍ୟା ର ସମାଧାନ କେବଳ ସରକାରୀ ଆଇନ୍ ଦ୍ଵାରା ସମ୍ଭବ ନୁହଁ, ଏଥିପାଇଁ ଆମର ସମାଜ ପ୍ରତ୍ୟେକ ନାଗରିକ ଙ୍କ ସହଯୋଗ ଓ ସଚେତନତା ଜରୁରୀ ବୋଲି ଶ୍ରୀଯୁକ୍ତ ମହାନ୍ତି କହିଥିଲେ ଏହି ପରିପ୍ରେକ୍ଷୀରେ ଶିଶୁ ଶ୍ରମିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମସ୍ତ ଙ୍କୁ ବିଦ୍ୟାଳୟ ପଠାଇବା ଏବଂ ଶିକ୍ଷା ବିଭାଗ ଦ୍ଵାରା ସିଲ୍କ ଇଣ୍ଡିଆ ମାଧ୍ୟମ ରେ ବିଭିନ୍ନ ଧନ୍ଦାମୂଳକ ପାଠ୍ୟକ୍ରମ ରେ ସାମିଲି କରିବା ନିମନ୍ତେ ଏକ ସାମୁହିକ ଶପଥପାଠ କରାଯାଇଥିଲା.

ଜେ ଏସ୍ ଏସ୍ ର ସହ-କାର୍ଯ୍ୟକାରୀ ଅଧିକାରୀ ଚିତ୍ତରଞ୍ଜନ ସାମଲ ଅତିଥି ଙ୍କୁ ପରିଚୟ ପ୍ରଦାନ କରିବା ସହ ଗ୍ରାମ ର ୬୦ ମହିଳା ଏହି ସଚେତନତା କାର୍ଯ୍ୟକ୍ରମ ରେ ସାମିଲି ହୋଇ ଥିଲେ ପ୍ରଶିକ୍ଷାଥି ଶ୍ରୀମତି ଅନୁସୂୟା ସାହୁ ଧନ୍ଯବାଦ ଦେଇ ଥିଲେ.



