ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘ରଜ’ ଉତ୍ସବ ପାଳିତ

ଅନୁଗୋଳ: ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା, ଜିନ୍ଦଲ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଗୋଳ ଜିଲ୍ଲାର ବଡ଼ମହୀତଳା ସ୍ଥିତ ଜନ ଜୀବିକା କେନ୍ଦ୍ର (ଜେଜେକେ) ଏବଂ ଜାମୁନାଳି ଗାଁରେ ବେଶ ଉତ୍ସାହର ସହିତ ‘ରଜ’ ଉତ୍ସବ ପାଳିତ ହୋଇଛି । ଏହି ଉତ୍ସବ ପାଳନରେ ନତଡ଼ା ଓ ଜାମୁନାଳି ପଞ୍ଚାୟତର ପ୍ରାୟ ଏକ ହଜାର ଯୁବତୀ ଓ ମହିଳା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ନାରୀତ୍ୱର ଭାବନା ଏବଂ ଧରଣୀ ମାତାଙ୍କ ଉର୍ବରତାର ଉତ୍ସବ ପାଳନ କରାଯାଇଥିଲା ।

Advertisement

ଏହା ସହିତ ସମାଜରେ ଏକତା, ନାରୀ ସଶକ୍ତିକରଣ ଏବଂ ସାମୁଦାୟିକ ଗୌରବବୋଧକୁ ପ୍ରୋତ୍ସାହିତ କରାଯାଇଥିଲା ।ସମସ୍ତ ବୟସବର୍ଗର ଯୁବତୀ ଓ ମହିଳାମାନେ ପାରମ୍ପରିକ ପରିଧାନ ଓ ଆକର୍ଷଣୀୟ ଗହଣା ପିନ୍ଧି ଏହି ଉତ୍ସବ ପାଳନରେ ସାମିଲ ହୋଇଥିଲେ । ପୋଡ଼ ପିଠା ସାଙ୍ଗକୁ ରଜ ଦୋଳି ଓ ରଜ ଗୀତରେ ପୁରା ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା । ଏହି ଅବସରରେ ରଜ ପାନ ତିଆରି, ମ୍ୟୁଜିକ ଚେୟାର, ପୁଚି ଖେଳ ଏବଂ ଏକକ ନୃତ୍ୟ ଭଳି ଏକାଧିକ ସାଂସ୍କୃତିକ ଓ ମାନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯେଉଁଥିରେ ସମାଜର ସବୁବର୍ଗର ଲୋକ ସକ୍ରିୟତାର ସହ ଅଂଶଗ୍ରହଣ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ, ଜିନ୍ଦଲ ମହିଳା ସମିତିର  ଅନିତା ମିତ୍ତଲ ଏବଂ  ମିନି ନାୟାର, ଜାମୁନାଲି ଗ୍ରାମ ପଞ୍ଚାୟତର ସରପଞ୍ଚ  ଶିଳା ପ୍ରଧାନ, କୁଇଓର ସଭାପତି   ଧ୍ରୁବ ଚରଣ ଦେହୁରୀ, ଏଲ୍ ଆଣ୍ଡ ପିଆର ବିଭାଗର ଇଭିପି  ପି.କେ. ପଣ୍ଡା, ଜିନ୍ଦଲ ଷ୍ଟିଲର ସିଏସଆର ମୁଖ୍ୟ ରିଷି ପଠାନିଆ, ଓଏଚସିର ପୁଷ୍ଟିସାର ବିଶେଷଜ୍ଞ ସୀମା ବର୍ମା, ସୁରକ୍ଷା ବିଭାଗର ଏଜିଏମ୍, ସସ୍ମିତା ରାଣୀ ଦାସ, ସ୍ୱତନ୍ତ୍ର ଅତିଥି  ଅନିତା ମହାନ୍ତି ଏବଂ ଜିନ୍ଦଲ ଷ୍ଟିଲର ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *