ଅନୁଗୋଳ : ଅନୁଗୋଳ ଜିଲ୍ଲା ର କୋଶଳା କ୍ଷେତ୍ର ଅର୍ପଣ ଫାଉଣ୍ଡେସନ ଏବଂ କେନ୍ଦ୍ର ସରକାର ଙ୍କ କୌଶଳ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନ ଜନ ଶିକ୍ଷଣ ସଂସ୍ଥାନ ମିଳିତ ଭାବେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୋଶଳା ମେଡିକାଲ ଛକ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଚି।

ଏହି ଶିବିର ଜେ ଏସ୍ ଏସ୍ ପରିଚାଳନା କମିଟି ସଦସ୍ୟ ଶ୍ରୀ ସୁଦର୍ଶନ ମହାପାତ୍ର ଉଦଘାଟନ କରିଥିବା ବେଳେ ଜେ ଏସ୍ ଏସ୍ ର ନିର୍ଦେଶକ ଶ୍ରୀ ସୌରୀ ରଞ୍ଜନ ପଣ୍ଡା କହି ଥିଲେ କେନ୍ଦ୍ର ସରକାର ଙ୍କ କୌଶଳ ଉଦ୍ୟମିତା ମନ୍ତ୍ରଣାଳୟ ର 12 ବର୍ଷ ର ପୁର୍ତ୍ତୀ ଉଦ୍ଦେଶ୍ଯ ଏହି ପରି ଏକ ସାମାଜିକ ସେବା କାର୍ଯ୍ୟ କରିବା ସମସ୍ତ ରକ୍ତ ଦାତା ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଉ ଅଛୁ. ଜେ ଏସ୍ ଏସ୍ ପ୍ରଶିକ୍ଷଣ ଶିବିର ଛାତ୍ର ଛାତ୍ରୀ ଏବଂ କୋଶଳା ଗ୍ରାମ ର ସାଧାରଣ ଜନତା ସହଯୋଗ ରେ ପାଖା ପାଖି 93 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଥିଲା. ଏ ସମସ୍ତ ରକ୍ତ ଦାତା ଶିବିର କୁ ଅର୍ପଣ ଫାଉଣ୍ଡେସନ ର ସଭାପତି ଶ୍ରୀ ପ୍ରତାପ କୁମାର ସାହୁ ନେତୃତ୍ବରେ ପରିଚାଳିତ ହେଉ ଥିଲା.



