ଉତ୍କଳ ସାମ୍ୱାଦିକ ସଂଘ ଅନୁଗୋଳ ଜିଲ୍ଲା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଘୋଷଣା
ଅନୁଗୋଳ: ଅନୁଗୋଳ ଜିଲ୍ଲା ଉତ୍କଳ ସାମ୍ୱାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ଜିଲ୍ଲା ସମ୍ମିଳନୀ କଣିହାଁ ସ୍ଥିତ ଏନ୍ଟିପିସି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି ଯୋଗଦେଇ ସାମ୍ୱାଦିକମାନଙ୍କର ନ୍ୟାର୍ଯ୍ୟ ଦାବିକୁ ସରକାରଙ୍କ ପାଖରେ ପହଞ୍ଚାଇ ଆଲୋଚନା ମାଧ୍ୟମରେ ତାହାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ମତବ୍ୟଚ୍ଛ କରିଛନ୍ତି। ଆୟୁଷମାନ ଢ଼ାଞ୍ଚାରେ ସାମ୍ୱାଦିକମାନଙ୍କ ପାଇଁ ପ୍ରଚଳିତ ସ୍ଵାସ୍ଥ୍ୟବୀମା ଯୋଜନାର ଅର୍ଥ ବୃଦ୍ଧି କରିବାର ପ୍ରାସଙ୍ଗିକତା ରହିଛି ବୋଲି ଶ୍ରୀ ମହାନ୍ତି କହିବା ସଙ୍ଗେ ସଙ୍ଗେ ସାମ୍ୱାଦିକମାନଙ୍କର ଆର୍ଥକ ଓ ସାମାଜିକ ସୁରକ୍ଷା ପାଇଁ ପେନସନ ପ୍ରଦାନର ଆବଶ୍ୟକତା ଥିବା ପ୍ରକାଶ କରିଥିଲେ। ଏହି ଦୁଇ ଦାବି ସମ୍ପର୍କରେ ସେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସମାଧାନର ବାଟ ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସାମ୍ୱାଦିକମାନଙ୍କ ଦାବିକୁ ସମର୍ଥନ କରିବା ସହ ସବୁଦିନ ପାଇଁ ସମାଧାନର ସୂତ୍ର ବାହାର କରିବାକୁ ହେଲେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କ ସୁପାରିଶପତ୍ର ସରକାରଙ୍କ ବିଚାର ପାଇଁ ପଠାଇ ଚାପ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଡ. ରଶ୍ମିରଞ୍ଜନ ମିଶ୍ରଙ୍କ ସଞ୍ଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟବଚ୍ଛା ଭାବେ ଯୋଗଦେଇ ସାମ୍ୱାଦିକ ସୁରକ୍ଷା ଆଇନ୍, ପେନସନ, ଅଧିସ୍ଵୀକୃତି କମିଟି ପୁର୍ନଗଠନ, ପ୍ରଚଳିତ ସ୍ଵାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ନିର୍ଭରଶୀଳ ସନ୍ତାନସନ୍ତତିଙ୍କୁ ସାମିଲ ସହ ପ୍ରେସ୍ ଏକାଡ଼େମୀ ଗଠନ ନେଇ ଦାବି ଦୋହରାଇଥିଲେ।
ଚଳିତ ମାସ 29 ତାରିଖ ଦିନ ସଂଘ ପକ୍ଷରୁ ଡାକରା ଦିଆଯାଇଥିବା ରାଜ୍ୟବ୍ୟାପୀ ବିକ୍ଷୋଭ ଓ ମଇ 1 ତାରିଖ ଦିନ କଳାବ୍ୟାଚ ପରିଧାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଏନ୍ଟିପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେଏନ୍ ରେଡ୍ଡି, ଅତିରିଚ୍ଛ ମହାପ୍ରବନ୍ଧକ ନଭନୀତ କୁମାର, କୋଷାଧ୍ୟକ୍ଷ ରାଜେନ୍ ଚୌଧୁରୀ, ଶ୍ରୀକାନ୍ତ ଖଟେଇ, ପବିତ୍ର ମହାରଥା, ବିଶ୍ଵଜିତ୍ ପଟ୍ଟନାୟକ, ଲୋକନାଥ ଦଳେଇ, ଉପଦେଷ୍ଟା ସଂଗ୍ରାମ ରଞ୍ଜନ ଦାସ, ଦେବୀ ମିଶ୍ର ଓ ସୁଶୀଲ କୁମାର ସାମଲ ପ୍ରମୁଖ ସାମ୍ୱାଦିକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି କରିଥିଲେ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ବିଶିଷ୍ଟ ବ୍ୟଚ୍ଛି ବିଶେଷ ଓ ସାମ୍ୱାଦିକମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ 14 ଜଣ ସାମ୍ୱାଦିକ ନୂତନ ଭାବେ ଉତ୍କଳ ସାମ୍ୱାଦିକ ସଂଘର ସଦସ୍ୟତା ଗ୍ରହଣ କରିଥିଲେ। ଏହି ଅବସରରେ ଅନୁଗୋଳ ଜିଲ୍ଲାର ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଥିଲା। ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ସାହୁ ଓ ସାଧାରଣ ସମ୍ପାଦକ ଭାବେ ଡ. ରଶ୍ମିରଞ୍ଜନ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ ଦେବୀ କିଶୋର ମିଶ୍ର, ଉପସଭାପତି ଭାବେ ସୁଶୀଲ କୁମାର ସାମଲ, ଶୁଭ୍ରରଞ୍ଜନ ଦାସ, ଆଶିଷ କୁମାର ସିଂହ ଓ ଅକ୍ଷୟ କୁମାର ମିଶ୍ର, ସମ୍ପାଦକ ଭାବେ ଟୁନା ସାହୁ, ଚିତ୍ତରଞ୍ଜନ ପାଣି, ଗିରିଶ ଚନ୍ଦ୍ର ସାମଲ ଓ ପ୍ରିୟମାଧବ ଦାସ, କୋଷାଧ୍ୟକ୍ଷ ଭାବେ ତପନ କୁମାର ମହାରଣା, ଉପଦେଷ୍ଟା ଭାବେ ବିଜୟ କୁମାର ରାଉତ, ସଂଗ୍ରାମ ରଞ୍ଜନ ଦାସ, ଧନେଶ୍ଵର ମହାନ୍ତି, ବ୍ଲକ୍ ସଭାପତି ଭାବେ ମନୋରଞ୍ଜନ ମହାନ୍ତି (ଅନୁଗୋଳ), ବିଜୟ କୁମାର ଦେବତା (ତାଳଚେର), ଦ୍ଵିଲୋକ ରଞ୍ଜନ ପାଲ (ପାଲଲହଡ଼ା), କଷ୍ଟୁଚରଣ ସାମଲ (କଣିହାଁ) ଓ ଶୁଧାଂଶୁ ଶେଖର ଗାଇଗାରିଆ (ଆଠମଲ୍ଲିକ)ଙ୍କ ନାମ ଘୋଷଣା କରାଯାଇଥିଲା। କଣିହାଁ ଉପସଭାପତି ଅଲେଖ ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ୱାଦିକ ଯୋଗଦେଇଥିଲେ।



